www.samajalive.in
Friday, December 12, 2025
23.1 C
Bhubaneswar

ଅଟୋରୁ ମିଳିଲା ୪୦ କିଲୋ ଗଞ୍ଜେଇ,୩ଗିରଫ

ଫୁଲବାଣୀ : ଫୁଲବାଣୀ ଅବକାରୀ ମୋବାଇଲ ୟୁନିଟ ଆଜି ସକାଳେ ପାଟ୍ରୋଲିଂ କରୁଥିବା ବେଳେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ରାଣୀପଥର ଚେକ୍ ଗେଟ୍ ଗୋଟିଏ ଅଟକୁ ଅଟକାଇ ଯାଞ୍ଚ କରିଥିଲେ। ସେହି ଅଟୋ ରୁ୪୦କିଲୋ ଗଞ୍ଜେଇ ବାହାରି ଥିଲା। ଏହି ଘଟଣାରେ ୩ଜଣ ଯୁବକଙ୍କୁ ଫୁଲବାଣୀ ଅବକାରୀ ମୋବାଇଲ ୟୁନିଟ ଗିରଫ କରିଥିଲେ। ଉକ୍ତ ଯୁବକମାନେ ହେଲେ କନ୍ଧମାଳ ଜିଲା ଅନ୍ତର୍ଗତ ଗୋଛାପଡା ଥାନା ଅଞ୍ଚଳ ସଲାଗୁଡ଼ା ଗ୍ରାମର ମିଥୁନ ଦିଗାଲ (୨୩), ଗୋଛାପଡା ଥାନା ଅନ୍ତର୍ଗତ କମାପଦର ଗ୍ରାମର ସତ୍ୟ ନାରାୟଣ ବେହେରା (୨୨)ଏବଂ ସଦର ଥାନା ଅନ୍ତର୍ଗତ ଦଡ଼କି ଗ୍ରାମର ଅଟୋ ଡ୍ରାଇଭର ରାଜ କୁମାର ସାହୁ (୨୬ବର୍ଷ)।

ସୂଚନା ଅନୁସାରେ ଗଂଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଫୁଲବାଣୀ ଅବକାରୀ ମୋବାଇଲ ୟୁନିଟର କର୍ମଚାରୀମାନେ ଆଜି ପାଟ୍ରୋଲିଂ କରୁଥିବା ବେଳେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ରାଣୀପଥର ଚେକ୍ ଗେଟରେ ଗୋଟିଏ ଅଟୋକୁ ସନ୍ଦେହରେ ଯାଞ୍ଚ କରିବାରୁ ତାଙ୍କ ନିକଟରୁ ୪୦କିଲୋ ଗଂଜେଇ ବାହାରି ଥିଲା ଏବଂ ଏହି ଅଟୋକୁ ଏସକର୍ଟ ଯୋଗଉ ଥିବା ଏକ ମୋଟର ସାଇକେଲକୁ ମଧ୍ୟ ଜବତ କରିଥିଲା ଅବକାରୀ ମୋବାଇଲ ୟୁନିଟ। ଏନେଇ ଫୁଲବାଣୀ ଅବକାରୀ ମୋବାଇଲ ୟୁନିଟ ପକ୍ଷରୁ ୭୪/୨୦୨୩/୨୪ ଏକ ମାମଲା ରୁଜ୍ଜୁ କରି ଗଞ୍ଜେଇ ଚାଲାଣ କାରୀ ମାନଙ୍କୁ କୋର୍ଟ ଚାଲାଣ କରିଛି। ଅବକାରୀ ମୋବାଇଲ ୟୁନିଟର ଓ ଆଇସି ଭବାନୀ ଶଙ୍କର ସେଠୀଙ୍କ ନେତୃତ୍ୱରେ ଆସିଷ୍ଟାଣ୍ଡ ସବଇନ୍ସପେକ୍ଟର ସୁଜିତ କୁମାର ମୁଦୁଲି, ଆସିଷ୍ଟାଣ୍ଡ ସବଇନ୍ସପେକ୍ଟର ପ୍ରଦୀପ କୁମାର ମଲ୍ଲିକ, ଅବକାରୀ କନେଷ୍ଟବଳ ସଦାଶିବ ରଣା, ସଚିନ ଗୁରୁ, ଏମ ସଞ୍ଜୀବ କୁମାର ଏବଂ ସଞ୍ଜୀବ କୁମାର ଭୋକ୍ତା ଏହି ପାଟ୍ରୋଲିଂ କରିଥିଲେ।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories