www.samajalive.in
Saturday, December 13, 2025
14.1 C
Bhubaneswar

ପୃଥିବୀକୁ ଆସିବ ମଙ୍ଗଳଗ୍ରହର ପୁରାତନ ନଦୀର ପଥର- ନମୁନା ସଂଗ୍ରହ କଲା ନାସାର ରୋବଟିକ୍‌ ରୋଭର

ନ୍ୟୁୟର୍କ- ଏବେ ମଙ୍ଗଳ ଗ୍ରହରେ ନାସାର ପର୍ସବିରନ୍ସ ରୋଭର କାର୍ଯ୍ୟରତ । ନାସାର ବୈଜ୍ଞାନିକମାନଙ୍କୁ ଏହା ପ୍ରତିଦିନ ନୂଆ ନୂଆ ତଥ୍ୟ ପ୍ରଦାନ କରୁଛି । ଏହାର ଛ’ଟି ଚକ ଥିବା ରୋବଟିକ୍‌ ରୋଭର ମଙ୍ଗଳ ପୃଷ୍ଟରେ ଭ୍ରମଣ କରିବା ସହ ବିଭିନ୍ନ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରୁଛି । ଏବେ ଏହି ରୋଭର ମଙ୍ଗଳପୃଷ୍ଟରେ ଥିବା ଏକ ପୁରାତନ ନଦୀ ପୃଷ୍ଟରୁ ବିଭିନ୍ନ ପଥରର ନମୁନା ସଂଗ୍ରହ କରିଛି ।

ନାସା ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ଏକ ୪୦ ମିଟର ଲମ୍ବ ବା ଯାହା ୧୪୦ ଫୁଟ୍‌ ସେଥିରୁ ଏହା ପଥରର ନମୁନା ସଂଗ୍ରହ କରିଛି । ପର୍ସବିରନ୍ସ ରୋଭରର ବାହୁରେ ଥିବା ଡ୍ରିଲ୍‌ ମେସିନ୍‌ରେ ଏହା ପଥରରେ ଛିଦ୍ର କରି ସେଥିରୁ ନମୁନା ସଂଗ୍ରହ କରିଥିବା କଥା ନାସାର ବୈଜ୍ଞାନିକ କେନ୍‌ ଫାର୍‌ଲେ କହିଛନ୍ତି । ନାସା, ୟୁରୋପୀୟ ମହାକାଶ ସଂସ୍ଥା ସହ ମିଳିତ ଏହି ମିସନ୍‌ରେ କାର୍ଯ୍ୟକରୁଛି । ମାର୍ସ ସାମ୍ପଲ୍‌ ରିଟର୍ନ ମିସନ୍‌ ଏକ ବ୍ୟୟ ବହୁଳ ଯୋଜନା । ଏହା ୨୦୨୮ ପର୍ଯ୍ୟନ୍ତ କାର୍ଯ୍ୟ କରିବ ।

- Advertisement -

ଏହି ସବୁ ପଥର ସାମ୍ପୁଲ୍‌ ଦିନେ ପୃଥିବୀ ପୃଷ୍ଟକୁ ଅଣାଯିବ ପାଇଁ ଯୋଜନା କରାଯାଇଛି ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories