www.samajalive.in
Friday, December 12, 2025
19.1 C
Bhubaneswar

୧ କ୍ୟୁଣ୍ଟାଲ ଗଞ୍ଜେଇ ଓ ଗାଡି ଜବତ, ୩ ଗିରଫ

ସମ୍ବଲପୁର: ସମ୍ବଲପୁରର ଧନୁପାଲି ପୁଲିସକୁ ଗଞ୍ଜେଇ ଚାଲାଣକାରୀଙ୍କ ବିରୋଧରେ ଏକ ବଡ ସଫଳତା ମିଳିଛି। ସମ୍ବଲପୁର ପୁଲିସ ପକ୍ଷରୁ ସଦର ଏସଡିପିଓ ପ୍ରଦୀପ ସାହୁଙ୍କ ଦ୍ୱାରା ଗୁରୁବାର ସନ୍ଧ୍ୟାରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୁରୁବାର ସକାଳ ପ୍ରାୟ ୯ଟା ସମୟରେ ଧନୁପାଲି ପୁଲିସର ଏକ ସ୍ୱତନ୍ତ୍ର ଦଳ ଧମା ରୋଡରେ ଭତରା ଗ୍ରାମ ନିକଟରେ ଚେକିଂ କରୁଥିଲେ। ସେହି ସମୟରେ ଏକ ବୋଲେରୋ ଗାଡି ଦ୍ରୃତ ଗତିରେ ଯାଉଥିବାରୁ ତାକୁ ପୁଲିସ ଗୋଡାଇ ଗୋଡାଇ ଧରିଥିଲା। ଗାଡିକୁ ଯାଞ୍ଚ କରିବାରୁ ସେଥିରେ ୩ଟି ଜରି ବସ୍ତା ମଧ୍ୟରେ ସମୁଦାୟ ୧ କ୍ୱ୍ୟୁଣ୍ଟାଲ ୫ କିଗ୍ରା ଗଞ୍ଜେଇ ରହିଥିବାରୁ ତାକୁ ଜବତ କରାଯାଇଥିଲା। ଏହି ଅବୈଧ୍ୟ ଗଞ୍ଜେଇ ଗୁଡିକୁ ଚାଲାଣ କରୁଥିବା ଅଭିଯୋଗରେ ଝାରସୁଗୁଡା ଜିଲା ନିବାସୀ ଶ୍ରୀବାସ ପ୍ରଧାନ (୩୪), ଜିତେନ୍ଦ୍ର ପଟେଲ (୨୯) ଏବଂ ଦେବଗଡ଼ ଜିଲା ନିବାସୀ ଦିଲ୍ଲୀପ ସ୍ୱାଇଁ (୪୦) ଙ୍କୁ ଧରିଥିଲା। ଏ ସମ୍ପର୍କରେ ମାମଲା ସଂଖ୍ୟା ୨୨୭/୨୦୨୩ ଧନୁପାଲି ଥାନାରେ ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇ, ଗାଡି ଓ ୩ଟି ମୋବାଇଲର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ। ଅଭିଯୁକ୍ତ ମାନେ ଏହି ଗଞ୍ଜେଇ ଗୁଡିକୁ ବୌଦ୍ଧ କଣ୍ଟାମାଳ ଅଞ୍ଚଳରୁ ପଡୋଶୀ ରାଜ୍ୟ ଝାରଖଣ୍ଡର ଟାଟାନଗର ଅଞ୍ଚଳକୁ ଚାଲାଣ କରୁଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପ ସ୍ୱାଇଁ ମାଷ୍ଟର ମାଇଣ୍ଡ ହୋଇଥିବା ବେଳେ ସେ ପୂର୍ବରୁ ମଧ୍ୟ ଅବୈଧ୍ୟ ଗଞ୍ଜେଇ କାରବାରରେ ଲିପ୍ତ ଥିବାରୁ ମାମଲା ରହିଛି ବୋଲି ଏସଡିପିଓ ଶ୍ରୀ ସାହୁ କହିଛନ୍ତି। ଅଭିଯୁକ୍ତ ମାନଙ୍କୁ ଶୁକ୍ରବାର ଅଦାଲତକୁ ଚାଲାଣ କରାଯିବ ବୋଲି ପୁଲିସ କହିଛି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories