www.samajalive.in
Friday, December 12, 2025
26.1 C
Bhubaneswar

କାର ସହ ୬ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ

ଆଠଗଡ଼: ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨ଟି ଦଳ ଗଠନ କରାଯାଇ ଆଠଗଡ଼ ଓ ନରସିଂହପୁର ଅଞ୍ଚଳରେ ଗୁରୁବାର ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଓ ମଦ ଜବତ କରାଯାଇଥିବା ଜଣାପଡ଼ିଛି। ଗୋଟିଏ ଅବକାରୀ ସ୍କାର୍ଡ ନରସିଂହପୁର ନିକଟ ବାଗଧରିଆ ଛକଠାରେ ପେଟ୍ରୋଲିଂ କରୁଥିବା ବେଳେ ଏକ ମାରୁତି ସ୍ୱିଫ୍ଟ ଡିଜାୟାର କାରକୁ ଅଟକାଇ ଯାଞ୍ଚ କରିବା ବେଳକୁ ତା ମଧ୍ୟରେ ଚାଲାଣ ହେଉଥିବା ୬୦କେଜି ଗଞ୍ଜେଇ ଜବତ କରିଥିଲେ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ସୁତ୍ରରୁ ପ୍ରକାଶ। ଉକ୍ତ କାରର ଚାଳକ ନୟାଗଡ଼ ଶରଣକୂଳ ଅଞ୍ଚଳର ମାନସ କୁମାର ପ୍ରଧାନଙ୍କୁ ମଧ୍ୟ ଗିରଫ କରାଯାଇଛି।

ସେହିପରି ଅନ୍ୟ ଏକ ଅବକାରୀ ସ୍କାର୍ଡ ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟକଟା ନିକଟବର୍ତ୍ତୀ ତାରିଣୀ ଛକଠାରେ ପେଟ୍ରୋଲିଂ କରୁଥିବାବେଳେ ଏକ ବୋଲେରୋ ଗାଡିକୁ ଅଟକାଇ ଯାଞ୍ଚ କରିବା ସମୟରେ ସେଥିରେ ୩୬୦ଲିଟର ସଦ୍ୟ ପ୍ରସ୍ତୁତ ଦେଶୀମଦ ଚାଲାଣ ହେଉଥିବା ଦେଖି ତାକୁ ଜବତ କରିଥିଲେ। ବୋଲେରୋ ଗାଡି ଜବତ କରିିବା ସହ ଚାଳକ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ସିଆରିଆ ଗ୍ରାମର ମାନସ କୁମାର ବେହେରାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଆଠଗଡ଼ ଅବକାରୀ ଉପଅଧିକ୍ଷକ ପ୍ରମୋଦ କୁମାର ପଣ୍ଡା, ଆଠଗଡ଼ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ, ଉପନିରୀକ୍ଷକ ସୌମ୍ୟରଞ୍ଜନ ମାଝି, ନରସିଂହପୁର ଉପନିରୀକ୍ଷକ ଅରୁଣ କୁମାର ଭୋଇଙ୍କ ସମେତ ବହୁ ଅବକାରୀ ଅଧିକାରୀ ଓ କର୍ମଚାରୀ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories