www.samajalive.in
Saturday, December 6, 2025
19.1 C
Bhubaneswar

ବାଓ୍ୱନା ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ

ଦିଲ୍ଲୀ: ଦିଲ୍ଲୀର ବାଓ୍ୱନା ଶିଳ୍ପାଞ୍ଚଳରେ ଗୁରୁବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୨୨ଟି ଦମକଳ ଗାଡି ପହଞ୍ଚିଛି । ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛି । ଏଥିରେ କେହି ମୃତାହତ ହୋଇଥିବା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଖବର ଲେଖା ବେଳକୁ ଏହି ଘଟଣାର ବିସୃତ ସୂଚନା ମିଳିପାରିନଥିଲା।
ସୂଚନାଯୋଗ୍ୟ, ଉତ୍ତର-ପଶ୍ଚିମ ଦିଲ୍ଲୀର ବିଜେପୁର ଶିଳ୍ପାଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାରଖାନାରେ ନିଆଁ ଲାଗିଥିଲା। ରାତି ପ୍ରାୟ ୩ଟା ବେଳେ ଏହି ନିଆଁକୁ ଆୟତ୍ତ କରାଯାଇଥିଲା । ଅଗ୍ନିକାଣ୍ଡରେ କାରଖାନାରେ ଥିବା ସମସ୍ତ ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିଲା । ସେହିପରି କିଛି ଦିନ ପୂର୍ବେ ରୋହିଣୀ ସେକ୍ଟର-୨୬ରେ ଦୌଲତପୁର ଗାଁରେ ନିଆଁ ଲାଗି ୧୫୦ଟି ବସ୍ତି ଘର ଜଳିଯାଇଥିଲା । ଫଳରେ ୫୦୦ ଜଣ ଲୋକ ବେଘର ହୋଇଯାଇଥିଲା । ଗୋଷ୍ଠୀ ସଂଘର୍ଷକୁ ନେଇ ଏହି ଅଗ୍ନିକାଣ୍ଡ ଘଟିଥିଲା ବୋଲି ସୂଚନା ମିଳିଥିଲା।
ଏହା ଛଡା ବର୍ଷ ଆରମ୍ଭରେ ମଧ୍ୟ ବାଓ୍ୱନା ଶିଳ୍ପାଞ୍ଚଳରେ ଭୀଷଣ ନିଆଁ ଲାଗିଥିଲା। ଜାନୁୟାରୀ ମାସରେ ବାଓ୍ୱନା ସେକ୍ଟର-୫ରେ ଥିବା ଏକ ବାଣ କାରଖାନାରେ ସଂଧ୍ୟା ୬ଟା ବେଳେ ନିଆଁ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ମଧ୍ୟ ହୋଇଥିଲେ । ମୃତକ ମଧ୍ୟରେ ୯ ଜଣ ମହିଳା ଏବଂ ଜଣେ ନାବାଳିକା ସାମିଲ ଥିଲେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories