www.samajalive.in
Sunday, December 14, 2025
26.1 C
Bhubaneswar

ଷଷ୍ଠ ଜିଲା ପରିଷଦର ପଞ୍ଚମ ଅଧିବେଶନ

କେନ୍ଦୁଝରଗଡ଼଼: କେନ୍ଦୁଝର ଷଷ୍ଠ ଜିଲାପରିଷଦର ପଞ୍ଚମ ଅଧିବେଶନ ବୁଧବାର ଜିଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁଙ୍କ ଅଧ୍ୟକ୍ଷତାରେ ଦରବାରହଲଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାହୁ ଉଦ୍‌‌ବୋଧନ ଦେଇ ଜିଲାରେ ଚାଲିଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସଠିକ୍‌‌ ରୂପାୟନ ହେଲେ ଜିଲାର ପ୍ରଭୂତ ଉନ୍ନତି ହୋଇପାରିବ ଏବଂ ଲୋକମାନେ ଉପକୃତ ହୋଇପାରିବେ ବୋଲି କହିଥିଲେ। ଏହି ଅଧିବେଶନରେ ଗତ ମାର୍ଚ୍ଚ ୯ତାରିଖରେ ଅନୁଷ୍ଠିତ ବୈଠକ ବିବରଣୀର ଦୃଢୀକରଣ ସହ ପୂର୍ବ ବୈଠକର ବିବରଣୀ ଉପରେ ଅନୁପାଳନର ସମୀକ୍ଷା କରାଯାଇଥିଲା। ଖରିଫ ଋତୁ ଆରମ୍ଭ ହୋଇଯାଇଥିବା ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କାର୍ଯ୍ୟାବଳୀ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଜିଲାର ବିଭିନ୍ନ ବ୍ଲକରେ ଜୁନ୍‌‌ ମାସଠାରୁ ଏଯାବତ୍‌‌ ହୋଇଥିବା ହାରାହାରି ବୃଷ୍ଟିପାତ ସମ୍ପର୍କରେ ସମୀକ୍ଷା କରାଯାଇ ନିଅଣ୍ଟିଆ ବୃଷ୍ଟିପାତ ହୋଇଥିବା ଅଞ୍ଚଳରେ କିପରି ଚାଷ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଚାଷୀମାନଙ୍କୁ ଯଥା ସମୟରେ ଧାନ ବିହନ, ଡି.ଏ.ପି., ପଟାସ ସାର, ୟୁରିଆ ସାର ଯୋଗାଇବା ପାଇଁ ବୈଠକର ଆଲୋଚନା ମତେ ଜିଲାପାଳ ମୁଖ୍ୟ ଜିଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ମାଣ୍ଡିଆ ଜାତୀୟ ପୃଷ୍ଟି ଶସ୍ୟରେ ଅଧିକ ଗୁଣବତ୍ତା ଥିବାରୁ ଜିଲାରେ ମାଣ୍ଡିଆ ଜାତୀୟ ଚାଷ ଉପରେ ଅଧିକ ପ୍ରୋତ୍ସାହନ ଦେବାକୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories