www.samajalive.in
Sunday, December 14, 2025
26.1 C
Bhubaneswar

ଆପାତକାଳୀନ ପ୍ରାଥମିକ ଚିକତ୍ସା ସମ୍ବନ୍ଧରେ ରେଡକ୍ରସ ପକ୍ଷରୁ ତାଲିମ ଶିବିର

ସମ୍ବଲପୁର: ସମ୍ବଲପୁର ଜିଲା ରେଡକ୍ରସ ସୋସାଇଟି ପକ୍ଷରୁ ୩ ଦିବସୀୟ ଆପାତକାଳୀନ ଦୁର୍ଘଟଣା ଜନିତ ପ୍ରାଥମିକ ଚିକିତ୍ସା ସମ୍ବନ୍ଧୀୟ ସେବା ପ୍ରଦାନ ନିମନ୍ତେ ଏକ ତାଲିମ ଶିବିର ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଦଲେଇପଡ଼ା କଲ୍ୟାଣ ମଣ୍ଡପ ଠାରେ ବୁଧବାର ଆରମ୍ଭ ହୋଇଥିବା ଏହି ତାଲିମ ଶିବିରରେ ରେଡକ୍ରସର ଆଜୀବନ ସଦସ୍ୟ ମାନେ ତାଲିମ ଗ୍ରହଣ କରୁଛନ୍ତି। ସୁମନ୍ତ ଦ୍ୱିବେଦୀ ଓ ଲିଲାପୁଣ୍ୟ ତିର୍ଥ ସ୍ୱାଇଁ ତାଲିମ ପ୍ରଦାନ କରୁଛନ୍ତି। ରେଡକ୍ରସ ସମ୍ପାଦକ ଜୟ ଜର୍ଜ ତାଲିମ ଶିବିରକୁ ଉଦଘାଟନ କରି ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଆଗାମୀ ୨୧ ତାରିଖ ପର୍ଯ୍ୟନ୍ତ ଜାରି ରହୁଥିବା ଏହି ତାଲିମ ଶିବିରରେ ସାମ୍ପ୍ରତିକ ସମୟରେ ବିଭିନ୍ନ ଘଟଣା ଓ ଦୁର୍ଘଟଣା ପରେ ଡାକ୍ତରଖାନାକୁ ନେବା ପୂର୍ବରୁ ଅନେକ ଙ୍କ ମୃତ୍ୟୁବରଣ ହେଉଥିବାରୁ ଜିଲାରେ ଫାଷ୍ଟ ଏଡ (ପ୍ରାଥମିକ ଚିକିତ୍ସା ସହାୟତା) ତାଲିମ ଶିବିର ଗୁରୁତ୍ୱ ରହିଛି। ଏଣୁ ଏହାକୁ ଆୟୋଜନ କରାଯାଉଛି ବୋଲି ରେଡକ୍ରସ ଜିଲା ଶାଖା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଶିବିରକୁ ଜିଲା ରେଡକ୍ରସର କର୍ମଚାରୀ ମାନେ ପରିଚାଳନା କରୁଥିବା ବେଳେ ଭାରତୀୟ ରେଡକ୍ରସ ସୋସାଇଟି ରାଜ୍ୟ ଶାଖା ସହାୟତା ପ୍ରଦାନ କରୁଛନ୍ତି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories