ଫୁଲବାଣୀ: ଆବାସ ଯୋଜନାରେ ନିଜ ନାମ ସାମିଲ ନ ହେଇଥିବା ଯୋଗୁଁ ଗତକାଲି ଆବାସ ଯୋଜନା ସଚେତନ ଶିବିର ଚାଲିଥିବା ସମୟରେ କନିଷ୍ଠ ଯନ୍ତ୍ରୀ ରବିନାରାୟଣ ଲେଙ୍କାଙ୍କ ମୁଣ୍ଡକୁ ପଥର ମାରି ଫଟେଇ ଦେଇଥିବା ଯୁବକ ରଞ୍ଜିତ କୁମାର ସାସମଲକୁ ଖଜୁରିପଡା ପୋଲିସ ଗିରଫ କରିଛି। ଗିରଫ ରଞ୍ଜିତ ସାସମଲଙ୍କ ନାମରେ ଖଜୁରିପଡା ସରପଞ୍ଚ ମନୋରଂଜନୀ ଯାନୀ ଦେଇଥିବା ଏତଲା ଅନୁସାରେ ସମ୍ପୃକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଖଜୁରିପଡା ଥାନା ଅଧିକାରୀ ଗେଲି କୁମାରୀ ସାହୁ କହିଛନ୍ତି।
Popular Categories



