www.samajalive.in
Monday, December 8, 2025
14.1 C
Bhubaneswar

ଆମ୍ବୋଦଲା ଷ୍ଟେସନରେ ଏକ୍ସପ୍ରେସ ରେଳର ପରୀକ୍ଷାମୂଳକ ରହଣି

ସମ୍ବଲପୁର: ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଅଧିନସ୍ଥ ଆମ୍ବୋଦଲା ଷ୍ଟେସନରେ ଟାଟା – ଏର୍ଣ୍ଣାକୁଲମ – ଟାଟା ଓ କୋରବା – ବିଶାଖାପଟନମ – କୋରବା ଏକ୍ସପ୍ରେସ ଗୁଡିକର ପରୀକ୍ଷାମୂଳକ ରହଣି ଆରମ୍ଭ ହେବ। ରେଳବାଇ ପକ୍ଷରୁ ଜାରି ସୂଚନାନୁଯାୟୀ, ଯାତ୍ରୀ ସୁବିଧା ଓ ଚାହିଦାକୁ ଧ୍ୟାନରେ ରଖି ଆସନ୍ତା ୨୦ ତାରିଖରୁ ଆମ୍ବୋଦଲା ଷ୍ଟେସନରେ ୧୮୧୮୯ / ୧୮୧୯୦ ଟାଟା – ଏର୍ଣ୍ଣାକୁଲମ – ଟାଟା ଏକ୍ସପ୍ରେସ ଏବଂ ୧୮୫୧୭/୧୮୫୧୮ କୋରବା – ବିଶାଖାପଟନମ – କୋରବା ଏକ୍ସପ୍ରେସର ଅତିରିକ୍ତ ରହଣୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରେଳଗାଡି ସଂଖ୍ୟା ୧୮୧୮୯ ଟାଟା – ଏର୍ଣ୍ଣାକୁଲମ ଏକ୍ସପ୍ରେସ ଆମ୍ବୋଦଲା ଷ୍ଟେସନରେ ଦିନ ୧୪ ଘ. ୫୩ ମି.ରେ ପହୁଞ୍ôଚ ୨ ମିନିଟ ରହଣୀ କରି ୧୪ ଘ. ୫୫ ମି.ରେ ଛାଡିବ। ଫେରିବା ପଥରେ ରେଳଗାଡି ସଂଖ୍ୟା ୧୮୧୮୯୦ ଏର୍ଣ୍ଣାକୁଲମ – ଟାଟା ଏକ୍ସପ୍ରେସ ଏହା ୧୭ ଘ. ୦୬ ମି. ରେ ପହୁଞ୍ôଚ ୨ ମିନିଟ ରହଣୀ ପରେ ୧୭ ଘ. ୦୮ ମିନିଟରେ ଛାଡିବ। ସେହିଭଳି ରେଳଗାଡି ସଂଖ୍ୟା ୧୮୫୧୭ କୋରବା – ବିଶାଖାପଟନମ ଏକ୍ସପ୍ରେସ ଆମ୍ବୋଦଲା ଷ୍ଟେସନରେ ରାତ୍ର ୧ ଘ. ୨୦ ମି. ରେ ପହୁଞ୍ôଚ ୨ ମିନିଟର ରହଣି କରି ୧ ଘ. ୨୨ ମି.ରେ ଛାଡିବ। ଫେରିବା ପଥରେ ଏହି ରେଳଗାଡି ସଂଖ୍ୟା ୧୮୫୧୮ ରାତ୍ର ୧ ଘ. ୨୨ ମି. ରେ ପହୁଞ୍ôଚ ୨ ମିନିଟର ରହଣି କରି ରାତ୍ର ୧ଘ. ୨୪ ମି. ରେ ଛାଡିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories