www.samajalive.in
Tuesday, November 18, 2025
16.1 C
Bhubaneswar

ଅପହଞ୍ଚ କାଣ୍ଟିବାହାଲ ଗ୍ରାମକୁ ବିଦ୍ୟୁତ ସଂଯୋଗ

ସମ୍ବଲପୁର: ସମ୍ବଲପୁର ଜିଲା ଅଧିନସ୍ଥ ରେଢ଼ାଖୋଲ ବ୍ଲକ ଅର୍ନ୍ତଗତ ରେଙ୍ଗାଲି ପଞ୍ଚାୟତ କାଣ୍ଟିବାହାଲ ଗ୍ରାମକୁ ବିଜୁଳି ବିତରଣ କମ୍ପାନୀ ଟିପିଡବ୍ଲ୍ୟୁଓଡିଏଲ ତରଫରୁ ବିଦ୍ୟୁତ ସୁବିଧା ଯୋଗାଇ ଦିଆଯାଇଛି। ବିଗତ ୯ ବର୍ଷ ହେବ ଘଞ୍ଚ ଜଙ୍ଗଲ ମଧ୍ୟରେ ସ୍ଥିତ ଏହି ଗ୍ରାମର ନିବାସୀ ମାନେ ବିଦ୍ୟୁତ ସେବାରୁ ବଞ୍ଚିତ ରହିଥିଲେ। ମୁଖ୍ୟ ରାସ୍ତାରୁ ପ୍ରାୟ ୪ କିମି ପର୍ଯ୍ୟନ୍ତ ଘଞ୍ଚ ଜଙ୍ଗଲରେ ଅବସ୍ଥିତ ଏହି ଗ୍ରାମକୁ ରାସ୍ତା ତଥା ମୌଳିକ ସୁବିଧା ନ ଥିବାରୁ ବିଦ୍ୟୁତ ସଂଯୋଗିକରଣ ସମ୍ଭବପର ହେଉ ନ ଥିଲା। କମ୍ପାନୀର ସମ୍ବଲପୁର ପୂର୍ବ ବିଦ୍ୟୁତ ମଣ୍ଡଳର ନିର୍ବାହୀ ଯନ୍ତ୍ରୀ ତଥା ରେଢ଼ାଖୋଲ ଉପ ଖଣ୍ଡର ଇଞ୍ଜିନିୟର ମାନେ ବହୁ କଷ୍ଟ ସ୍ୱିକାର କରି ଏହି ଗ୍ରାମକୁ ବିଦ୍ୟୁତ ସଂଯୋଗ କରିଛନ୍ତି।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories