www.samajalive.in
Friday, December 12, 2025
15.1 C
Bhubaneswar

ବାପଝିଅ ମିଶି ପ୍ରସ୍ତୁତ କଲେ ସୌରଚାଳିତ ଅଟୋ

ଭୁବନେଶ୍ୱର: ସୌରଶକ୍ତିରେ ଚାଳିତ ଅଟୋ ପ୍ରସ୍ତୁତ କରି ଚର୍ଚ୍ଚାରେ ନୟାଗଡ଼ର ଶ୍ରୀକାନ୍ତ। ଶ୍ରୀକାନ୍ତଙ୍କ ଝିଅ ୟୁ-ଟ୍ୟୁବ୍‌ରୁ ଦେଖି ବାପାଙ୍କୁ ନିର୍ମାଣ କରିବାର କୌଶଳ ଶିଖାଇଲେ। ଶେଷରେ ଉଭୟଙ୍କୁ ମିଳିଲା ସଫଳତା। ଗତ ଦୁଇମାସ ଧରି ସୌରଶକ୍ତିରେ ଚାଲୁଛି ଅଟୋ। ଏଥିପାଇଁ ତାଙ୍କୁ ୫୦ରୁ ୬୦ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା ବୋଲି କହିଛନ୍ତି ଶ୍ରୀକାନ୍ତ।

ପରବର୍ତ୍ତୀ ସମ୍ବାଦ ପଢିବା ପାଇଁ ଏହି ଲିଙ୍କ କ୍ଲିକ କରନ୍ତୁ https://samajalive.in/odisha-news-1224/482861.html

- Advertisement -

ନୟାଗଡ଼ ମହିପୁରର ଶ୍ରୀକାନ୍ତ ପାତ୍ର। ପରିବାର ପ୍ରତିପୋଷଣ ପାଇଁ ୨୦୦୦ ମସିହାରୁ ଭୁବନେଶ୍ବରରେ ରହି ଅଟୋ ଚଲାଇ ଆସୁଛନ୍ତି। ତେବେ କରୋନା ସମୟରେ ସବୁ କିଛି ବନ୍ଦ ହୋଇଯିବା ପରେ ନିଜ ଗାଁକୁ ପଳାଇଥିଲେ। ପରେ ଏକ ବ୍ୟାଟେରୀଚାଳିତ ଅଟୋ କିଣି ଲୋକଙ୍କୁ ନେବା ଆଣିବା କରୁଥିଲେ। ଶ୍ରୀକାନ୍ତ ଯେଉଁ ଗାଁରେ ରହୁଥିଲେ ତାହା ଆଦିବାସୀ ଅଞ୍ଚଳ ହୋଇଥିବାରୁ ବିଭିନ୍ନ ସମୟରେ ବ୍ୟାଟେରୀ ଚାର୍ଜ କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ସମୟରେ ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ତାଙ୍କ ୧୧ ବର୍ଷର ଝିଅ ଶ୍ରଦ୍ଧାଞ୍ଜଳି ଶିଖାଇଥିଲା କୌଶଳ। ୟୁଟ୍ୟୁବ୍‌ରେ ସୌରଶକ୍ତିର ବ୍ୟବହାର ଓ ଉପକାରିତାକୁ ଦେଖି ବାପାଙ୍କୁ ଜଣାଇଥିଲା। ଏହାପରେ ଶ୍ରୀକାନ୍ତ ସୌରଶକ୍ତି ବ୍ୟବହାର କରିବା ପାଇଁ ଆବଶ୍ୟକତା ଅନୁଯାୟୀ ସରଞ୍ଜାମ କିଣିଥିଲେ। ଏଥିଲାଗି ତାଙ୍କୁ ୫୦ରୁ ୬୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା ।

ଏନେଇ ଶ୍ରୀକାନ୍ତ କହିଛନ୍ତି, ଅଟୋରେ ସୌର ପାନେଲ ଦୁଇମାସ ହେଲା ଲଗାଇଛି। ଝିଅ ଶ୍ରଦ୍ଧାଞ୍ଜଳି ୟୁଟ୍ୟୁବ୍‌ରେ ଦେଖି ତାଙ୍କୁ ଏହାର କୌଶଳ ଜଣାଇବା ପରେ ସେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଏହାଦ୍ବାରା ଅନେକ ସୁବିଧା ମିଳୁଛି। ବାରମ୍ବାର ବ୍ୟାଟେରୀ ଚାର୍ଜ କରିବାକୁ ପଡୁନାହିଁ। ଦିନରେ ଥରେ ଚାର୍ଜ କଲେ ଅଟୋ ସାରା ଦିନ ବୁଲୁଛି। ଆଗ ଅପେକ୍ଷା ଭଲ ରୋଜଗାର ମଧ୍ୟ ହେଉଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଯେଉଁଭଳି ଭାବରେ ପେଟ୍ରୋଲ ଏବଂ ଡିଜେଲର ଦର ବଢ଼ିବାରେ ଲାଗିଛି ସେଥିରେ ରାଜଧାନୀରେ ଅଟୋ ଚଳାଇବା କଷ୍ଟକର ହୋଇପଡିଛି। ସୌରଶକ୍ତି ବ୍ୟବହାର ଦ୍ବାରା ପ୍ରଦୂଷଣକୁ ରୋକାଯାଇ ପାରୁଛି ବୋଲି ସେ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories