ଫୁଲବାଣୀ: କନ୍ଧମାଳ ଜିଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଲୁଇସିଂ ଉଚ୍ଚ ବିଦ୍ୟାଳୟରେ ଯୁବ ସମ୍ବନ୍ଧ ଭାରତ-୨୦୪୭ କାର୍ଯ୍ୟକ୍ରମ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ସ୍ୱାତୀ ଅନୁଷ୍ଠାନର ମିଳିତରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଆସନ୍ତା ୨୦୪୭ ଭାରତ ବିଶ୍ୱ ମାନଚିତ୍ରରେ ଏକ ସଂପୁର୍ଣ୍ଣ ବିକଶିତ ଦେଶ ଗଢି ତୋଳିବାରେ ଯୁବବର୍ଗର ଭୁମିକାକୁ ଆଗକୁ ନେବା ବୋଲି ଅତିଥିମାନେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଫିରିଙ୍ଗିଆ ପଂଚାୟତ ସମିତି ଅଧକ୍ଷା ନମିତା କହଁର, ନେହୁର ଯୁବ କେନ୍ଦ୍ର ଜିଲ୍ଲା ଯୁବ ସଂଯୋଜକ ନଭନିତ କୁମାର, ଲୁଇସିଂ ସରପଂଚ ସୁଦର୍ଶନ କହଁର, ବରିଷ୍ଠ ଆଇନିଜୀବୀ ବିଜୟକୃଷ୍ଣ ପଟ୍ଟନାୟକ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ।
Popular Categories



