www.samajalive.in
Saturday, December 6, 2025
26.1 C
Bhubaneswar

ସାମ୍ନାକୁ ଆସିଲା ଆଲିଆଙ୍କ ପ୍ରଥମ ହଲିଉଡ଼ ଫିଲ୍ମର ପ୍ରଥମ ପୋଷ୍ଟର

ମୁମ୍ବଇ: ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପ୍ରଥମ ହଲିଉଡ଼ ଚଳଚ୍ଚିତ୍ର ‘ହାର୍ଟ ଅଫ୍‌ ଷ୍ଟୋନ୍‌’ର ଟ୍ରେଲର କିଛି ଦିନ ପୂର୍ବରୁ ରିଲିଜ୍‌ ହୋଇଥିଲା, ଯାହାକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଥିଲେ। ଏବେ ନିର୍ମାତା ଏହି ଫିଲ୍ମର ପ୍ରଥମ ପୋଷ୍ଟର ଶେୟାର କରିଛନ୍ତି।

ନେଟଫ୍ଲିକ୍ସର ଫିଲ୍ମ ‘ହାର୍ଟ ଅଫ୍‌ ଷ୍ଟୋନ୍‌’ ଜରିଆରେ ହଲିଉଡ଼ରେ ପାଦ ଥାପୁଛନ୍ତି ଆଲିଆ। ଗେଲ୍ ଗାଡୋଟ୍ ଏବଂ ଜେମୀ ଡୋର୍ନନଙ୍କ ଫିଲ୍ମରେ ଆଲିଆ ଏକ ପ୍ରମୁଖ ଭୂମିକାରେ ନଜର ଆସିବେ। ଫିଲ୍ମରେ ଆଲିଆଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଆଲିଆଙ୍କୁ ଖଳନାୟିକା ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ସେ ଜଣେ ହ୍ୟାକର୍ ଚରିତ୍ରରେ ନଜର ଆସିବେ।

- Advertisement -


ଏହାପୂର୍ବରୁ ‘ହାର୍ଟ ଅଫ୍‌ ଷ୍ଟୋନ୍‌’ର ଟ୍ରେଲରରେ ଅଭିନେତ୍ରୀଙ୍କ ଝଲକ ଦେଖିବାକୁ ମିଳିଥିଲା, ​​ଯେଉଁଥିରେ ଆଲିଆଙ୍କ ଚରିତ୍ର ପ୍ରଭାବଶାଳୀ ଥିଲା। ବର୍ତ୍ତମାନ ହଲିଉଡ଼ ତାରକାଙ୍କ ମଧ୍ୟରେ ଆଲିଆଙ୍କ ଉପସ୍ଥିତି ପ୍ରଶଂସକଙ୍କୁ ଉତ୍ସାହିତ କରିଛି। ଅଗଷ୍ଟ ୧୧ରେ ଇଂରାଜୀ, ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଷ୍ଟ୍ରିମ୍‌ ହେବ ‘ହାର୍ଟ ଅଫ୍‌ ଷ୍ଟୋନ୍‌’।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories