www.samajalive.in
Saturday, December 13, 2025
26.1 C
Bhubaneswar

କଟକ ବାଲିଯାତ୍ରା ; ଏଥର ୩୮୦ଷ୍ଟଲ, ୨୧ଟି ରାଜ୍ୟର ସାମଗ୍ରୀ

କଟକ : ଐତିହାସିକ ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛି ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା। ଚଳିତବର୍ଷ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଓର୍‍ମାସ ପକ୍ଷରୁ ଏକାଧିକ ପଦକ୍ଷେପ ନିଆଯାଇଛି। ପୂର୍ବବର୍ଷ ତୁଳନାରେ ଏଥର ଅଧିକ ଷ୍ଟଲ ଖୋଲଯିବାକୁ ନିଷ୍ପତ୍ତି ହୋଇଛି। ବାଲିଯାତ୍ରାରେ ୩୦ଟି ଜିଲା ସମେତ ଦେଶର ୨୮୧ଟି ରାଜ୍ୟର ସ୍ୱୟଂସହାୟକ ଓ ଶିଳ୍ପଗୋଷ୍ଠୀ ଏଥର ବାଲିଯାତ୍ରାରେ ସେମାନଙ୍କ ସାମଗ୍ରୀ ବିକ୍ରି କରିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଓର୍‍ମାସ ପକ୍ଷରୁ ଉପନିର୍ଦେଶକ ବିପିନବିହାରୀ ରାଉତ ସୂଚନା ଦେଇଛନ୍ତି। ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ଗ୍ରାମୀଣ ଉାଦ୍ୟୋଗୀଙ୍କଦ୍ୱାରା ଉତ୍ପାଦିତ ହସ୍ତଶିଳ୍ପ, ଟେରାକୋଟା, କାଷ୍ଠଶିଳ୍ପ, ଲୌହଶିଳ୍ପ, ବୟନଶିଳ୍ପ, ହସ୍ତତନ୍ତ ସାମଗ୍ରୀ ସହିତ ଜାତୀୟ ଓ ରାଜ୍ୟର ପାରମ୍ପରିକ ଖାଦ୍ୟସାମଗ୍ରୀର ବ୍ୟବସାୟ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ ପ୍ରଥମଥର ପାଇଁ ବାଲେଶ୍ୱରର ଜଣେ ତେଜପତ୍ର ଚାଷୀ ବାଲିଯାତ୍ରାରେ ତାଙ୍କର ଷ୍ଟଲ ଖୋଲିବା ସହିତ ତେଳପତ୍ର ଚାଷର ସଫଳତା କାହାଣୀ ଲୋକଙ୍କୁ କହିବେ।
ଚଳିତବର୍ଷ ମିଶନଶକ୍ତି, ବୟନଶିଳ୍ପ ବିଭାଗ, ନାବାର୍ଡ, କେଭିଆସି, ୟୁକୋ ବ୍ୟାଙ୍କ, ରିଜର୍ଭ ବ୍ୟାଙ୍କ, ବୟନଶିଳ୍ପ ବିଭାଗ(ଭାରତ ସରକାର) ଏହି ମେଳାରେ ଭାଗ ନେବେ। ଟେରାକୋଟା, ଧୂପକାଠି, ମାର୍ବଲ, ଝୋଟଜାତ ସମାଗ୍ରୀର ଚାରୋଟି ପ୍ରଦର୍ଶନୀ ଷ୍ଟଲ ମଧ୍ୟ ଖୋଲାଯିବ। ଏଥିସହିତ ଚଳିତବର୍ଷ ବାଲିଯାତ୍ରାରେ କିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ଷ୍ଟଲ ଖୋଲାଯିବାର ବ୍ୟବସ୍ଥା କରାଯାଇଛି। ଏହିସବୁ ଷ୍ଟଲରେ କିନ୍ନରମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଇବେ। ବନଜାତ ମହୁ, କେନ୍ଦୁଝର ଫୁଲବଢି, ଓରିଫ୍ରେଶ ଫିନାଇଲ, କନ୍ଧମାଳ ହଳଦୀ, ବାସୁମତି ଚାଉଳ, କୋରାପୁଟର କଳାଜିରା ଚାଉଳ ସହିତ ଚଳିତବର୍ଷ କାଶ୍ମୀରର ଶୀତବସ୍ତ୍ର, ଉତ୍ତରପ୍ରଦେଶର କାଷ୍ଠଶିଳ୍ପ ଓ କାର୍ପେଟ, ମଧ୍ୟପ୍ରଦେଶର ଚାନ୍ଦୋରୀ ଶାଢି, ତାମିଲନାଡୁର ବୟନଶିଳ୍ପ, ରାଜସ୍ଥାନର ଚମଡ଼ା, କେରଳର ନଡ଼ିଆ ଶିଳ୍ପ, ବିହାରର ଟସର, ପଶ୍ଚିମବଙ୍ଗର ଟାଙ୍ଗାଇଲ ଶାଢ଼ୀ, ପଞ୍ଜାବର ବିଭିନ୍ନ ପ୍ରକାରର ରେଶମ ସାମଗ୍ରୀ ଏଥର ଓରମାସ୍‍ ଷ୍ଟଲରେ ମୁଖ୍ୟଆକର୍ଷଣ ରହିବ। ପ୍ରଦର୍ଶନୀରେ କର୍ମଶାଳାରେ ଜରିଆରେ ସ୍ୱୟଂସହାୟକ ଗୋଷ୍ଠୀ ତଥା କାରିଗରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ୫ଟି ସ୍ୱତନ୍ତ୍ର କର୍ମଶାଳାର ଆୟୋଜନ କରାଯିବ। ବିକ୍ରିର କୌଶଳ, ନୂତନ ପ୍ୟାକେଜିଂ, ସ୍ୱୟଂସହାୟକ ଗୋଷ୍ଠୀର ସମାଜଗଠନରେ ଭୂମିକା ସମ୍ପର୍କରେ ତାଲିମ ପ୍ରଦାନ କରାଯିବ। ସେହିପରି ମେଳାରେ ଗ୍ରାହକଙ୍କୁ ଅଧିକ ସୁବିଧାସୁଯୋଗ ଦେବା ପାଇଁ ଓରମସା ପରିସରରେ ଏଟିଏମ, ଖୁଚୁରା ପଇସା ପାଇଁ ଭେଣ୍ଡିଂ ମେସିନର ବ୍ୟବସ୍ଥା କରାଯିବ। ଏଥିସହିତ ଏହି ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ ଏକ ଖାଦ୍ୟ ମେଳାର ମଧ୍ୟ ଆୟୋଜନ କରାଯାଇଛି। କେନ୍ଦ୍ରାପଡାର ରସାବଳୀ, ପୁରୀର ପାଲପୁଆ, ଢେଙ୍କାନାଳର ବରା, କାକରା ପିଠା, ବାରିପଦାର ମୁଢି-ମାଂସ ସହିତ ରାଜସ୍ଥାନର କଚୋଡି ପ୍ରଭୃତି ଖାଦ୍ୟପଦାର୍ଥ ଉପଲବ୍ଧ ହେବ। ଏଥିବ୍ୟତୀତ ରାଜ୍ୟର ବଛା ବଛା ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଦେଶୀ ସାମଗ୍ରୀ ମଧ୍ୟ ମହଜୁଦ ହେବ ବୋଲି ଶ୍ରୀ ରାଉତ ସୂଚନା ଦେଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories