www.samajalive.in
Saturday, December 6, 2025
26.1 C
Bhubaneswar

ମୃତ ବ୍ୟକ୍ତିଙ୍କ ନାମରେ ଆବାସ କାର୍ଯ୍ୟାଦେଶ

ଆଠଗଡ : ଆଠଗଡ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ବିଜେପି ନେତା ଅଭୟ କୁମାର ବାରିକ ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପରେ ଜମିର ପଟ୍ଟା ମଗାଯିବା ତଥା ହିତାଧିକାରୀଙ୍କୁ ଟଙ୍କା ମିଳିବାରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ଏପରିକି ମୃତ ବ୍ୟକ୍ତିଙ୍କ ନାମରେ ଆବାସ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଏଥିରେ ଆଠଗଡ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିପରି ଦୁର୍ନୀତି ଏବଂ ଅନିୟମିତତା ହୋଇଛି ତାହା ଜଳଜଳ ହୋଇ ଦିଶୁଛି ବୋଲି ଶ୍ରୀ ବାରିକ କହିଥିଲେ। ଆଠଗଡ ବ୍ଲକ ଅନ୍ତର୍ଗତ ଖୁଣ୍ଟକଟା ପଞ୍ଚାୟତ ଅଧିନ ଖୁଣ୍ଟକଟା ଗ୍ରାମର ପଞ୍ଜେଇ ଦେଇ ଆଜିକୁ ୪ ବର୍ଷ ହେବ ମୃତ୍ୟୁ ବରଣ କରିଛନ୍ତି ଓ ତାଙ୍କ ସ୍ବାମୀ ମଧ୍ୟ ଆଠବର୍ଷ ହେବ ମୃତ୍ୟୁବରଣ କରିଛନ୍ତି। ତାଙ୍କର ପୁଅ ବାଲେଶ୍ବରଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲାବେଳେ ବୋହୂ ମିଶନ ଶକ୍ତିର ସିଆରପି ଅଛନ୍ତି। ମାତ୍ର ପଞ୍ଜେଇ ଦେଇଙ୍କୁ ଗତ ମାସରେ କାର୍ଯ୍ୟାଦେଶ ମିଳିଥିବା ନେଇ ଅଭୟ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସେହିପରି ଖୁଣ୍ଟକଟା ଗ୍ରାମର ଶାନ୍ତିଲତା ସେନାପତିଙ୍କୁ କାର୍ଯ୍ୟାଦେଶ ମିଳିଥିଲା ବେଳେ କାର୍ଯ୍ୟାଦେଶରେ ମହିଳାଙ୍କ ସ୍ବାମୀ ବଦଳରେ ଶଶୁରଙ୍କ ନାମ ଉଲ୍ଲେଖ ରହିଥିବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି କରୂଛି ବୋଲି ଅଭୟ ଅଭିଯୋଗ କରିଛନ୍ତି। ତାଙ୍କର ଶଶୁର ଜଣେ ଅବସରପ୍ରାପ୍ତ ଶିକ୍ଷକ ବୋଲି ସେ ପ୍ରକାଶ କରିଥିଲେ। ଆଠଗଡ ବ୍ଲକରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି ଏବଂ ତୁରନ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଗାଇବା ସହ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ହଟାଇବା ପାଇଁ ବିଜେପି ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଥିଲା । ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଜଗଦ୍ଦାନନ୍ଦ ତ୍ରିପାଠୀ, ନୂତନ କୁମାର ରାଉତ, ପ୍ରକାଶ କୁମାର ସେଠୀ, ନଚିକେତା ପରମାଣିକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories