www.samajalive.in
Sunday, December 7, 2025
26.1 C
Bhubaneswar

ମାଟି ଓ ମଣିଷଙ୍କ ପାଇଁ ଜୀବନ ସମର୍ପିତ : ବିଶ୍ୱଭୂଷଣ

ନୂଆଦିଲ୍ଲୀ : ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ମୂଳ ଆତ୍ମଜୀବନୀ ପୁସ୍ତକ ‘ସଂଗ୍ରାମ ସରିନାହିଁ’ର ଇଂରାଜୀ ଅନୁବାଦ ‘ବ୍ୟାଟେଲ ନଟ୍‌‌ ୟେଟ୍‌‌ ଓଭର’ ପୁସ୍ତକ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରଠାରେ ଉନ୍ମୋଚିତ ହୋଇଛି। ପୁସ୍ତକରେ ଶ୍ରୀ ହରିଚନ୍ଦନଙ୍କ ଛାତ୍ରଜୀବନ, ଜରୁରୀକାଳୀନ ପରିସ୍ଥିତି ସମୟରେ ତତ୍କାଳୀନ ସରକାରଙ୍କ ନୀତି ବିରୋଧରେ ସ୍ୱର ଉତ୍ତୋଳନ ଏବଂ ନ୍ୟାୟ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଲଢ଼େଇ ବିଷୟ ସ୍ଥାନ ପାଇଛି। ଏଥିସହ ମନ୍ତ୍ରିତ୍ୱକାଳରେ ଜନହିତକର କାର୍ଯ୍ୟ ଏବଂ ସାଧାରଣ ଜନତାଙ୍କ ମୌଳିକ ଅଧିକାର ସୁରକ୍ଷିତ ପାଇଁ ସେ ଉଠାଇଥିବା ସ୍ୱର ଆଦି ବିଷୟ ରହିଛି। ଏହି ଅବସରରେ ରାଜ୍ୟପାଳ ହରିଚନ୍ଦନ କହିଥିଲେ ଯେ ତାଙ୍କ ଜୀବନ ମାଟି ମା’ ଓ ମଣିଷଙ୍କ ପାଇଁ ସମର୍ପିତ। ଜୀବନତମାମ ସାଧାରଣ, ଅସହାୟ ଓ ନିଷ୍ପେଷିତ ମଣିଷଙ୍କ ପାଇଁ କାର୍ଯ୍ୟ କରିବେ। ସମାଜର ବିକାଶ ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତାଙ୍କର ସଂଗ୍ରାମ ଜାରି ରହିବ। ସର୍ବୋଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଭି. ଗୋପାଳଗୌଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରତୀୟ ଆଇନ କମିସନ ଅଧ୍ୟକ୍ଷ ବିଚାରପତି ଋତୁରାଜ ଅୱସ୍ତି, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଚାରପତି ବିଶ୍ୱନାଥ ରଥ ଓ କର୍ଣ୍ଣାଟକ ବାଚସ୍ପତି ୟୁ.ଟି. ଖାଦରି ଫରିଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଣ୍ଡିଆନ କନଫରେନ୍ସ ଅଫ୍ ଇଣ୍ଟେଲେକ୍ଟଚୁଆଲ ସମ୍ପାଦକ ଶିବଶଙ୍କରାଚାର, କିସ୍‌‌ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଜୟାନନ୍ଦ ସିଂହ, ସାହିତ୍ୟ ଅକାଦେମୀ ସଚିବ କେ ଶ୍ରୀନିବାସ ରାଓ, ପୁସ୍ତକ ଅନୁବାଦକ ପ୍ରଫେସର ଭଗବାନ ଜୟସିଂହ, ଉଦୟ ଇଣ୍ଡିଆ ନଲେଜ ଟ୍ରି ସଭାପତି ଦୀପକ ରଥ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories