www.samajalive.in
Thursday, December 11, 2025
16.1 C
Bhubaneswar

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ପିଜି ପରୀକ୍ଷା ଫଳ ପ୍ରକାଶିତ

ଭବାନୀପାଟଣା: କଳାହାଣ୍ଡି ମହାବିଦ୍ୟାଳୟ ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇବା ପରେ ପ୍ରଥମ କରି ପିଜି ବିଜ୍ଞାନ, କଳା ଓ ବାଣିଜ୍ୟର ୧୭ଟି ବିଭାଗର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ପାସ୍‌ ହାର ୮୫.୧୯ ପ୍ରତିଶତ ହୋଇଥିବା କଳାହାଣ୍ଡି ବିଶ୍ଵବିଦ୍ୟାଳୟର କୁଳପତି ଡ. ସଞ୍ଜୟ ଶତପଥ ପ୍ରକାଶ କରିଛନ୍ତି । କଳାହାଣ୍ଡି ବିଶ୍ଵବିଦ୍ୟାଳୟ ତା.୦୧.୦୯.୨୦୨୦ ରିଖରେ ପ୍ରତିଷ୍ଠା ହୋଇଥିଲା । ଉକ୍ତ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ ଯେଉଁ ଛାତ୍ରଛାତ୍ରୀମାନେ ପିଜି ବିଜ୍ଞାନ, କଳା ଓ ବାଣିଜ୍ୟରେ ୧୭ଟି ବିଭାଗରେ ନାମ ଲେଖାଇଥିଲେ, ସେମାନଙ୍କର ପରୀକ୍ଷା ଫଳ ୧୬ ତାରିଖ ଦିନ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ପରିସରରେ କୁଳପତି ଡ. ସଞ୍ଜୟ ଶତପଥିଙ୍କ ଦ୍ଵାରା ଘୋଷଣା କରାଯାଇଛି । ଏହି ବିଶ୍ଵବିଦ୍ୟାଳୟ ପିଜିର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ମୋଟ ୩୨୪ ପରୀକ୍ଷା ଦେଇଥିବା ବେଳେ ୨୭୬ ଜଣ (୮୫.୧୯ ପ୍ରତିଶତ) ପାସ୍‌ କରିଛନ୍ତି । ସେଥିରେ ୨୬୩ ଜଣ ପ୍ରଥମ ଶ୍ରେଣୀ ଓ ୧୩ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ସେଥିମଧ୍ୟରୁ କଳା ବିଭାଗରେ ୮୮.୫୦ ପ୍ରତିଶତ, ବିଜ୍ଞାନରେ ୮୮.୮୮ ପ୍ରତିଶତ ଏବଂ ବାଣିଜ୍ୟରେ ୪୧.୬୭ ପ୍ରତିଶତ ପାସ୍ କରିଛନ୍ତି । କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଗଣିତ ବିଭାଗରେ ସମ୍ରନୀକା ପ୍ରଧାନ ଓ ପଲ୍ଲବୀ ଥେଟୁଆର ବିଶ୍ଵବିଦ୍ୟାଳୟର ଟପ୍ପର ହୋଇଛନ୍ତି।

କଳା ବିଭାଗର ସଂସ୍କୃତରେ ପଦ୍ମିନୀ ହରପାଲ, ବାଣିଜ୍ୟରେ ଧନ୍ୟୁଜୟ ଦୀପ ଓ ତୁଷାର ସିଂ ଛତ୍ରୀୟା ଏବଂ ବିଜ୍ଞାନର ଗଣିତ ବିଭାଗରେ ସମ୍ରନୀକା ପ୍ରଧାନ ଓ ପଲ୍ଲବୀ ଥେଟୁଆର ଟପ୍ପର୍ ହୋଇଛନ୍ତି । ସେହିପରି କଳା ବିଭାଗରେ ଆନ୍‌ଥ୍ରୋପୋଲୋଜି ବିଭାଗରେ ଆଶିଷ ଭୋଇ, ଏଜୁକେସନ୍‌ରେ ବବିତା ଭୋଇ, ଇଂରାଜୀ ବିଭାଗରେ ସପ୍ରଶା ମିଶ୍ର, ଭୁଗୋଳ ବିଭାଗରେ ଭାରଗର୍ଭି ନିଆଲ, ଓଡ଼ିଆ ବିଭାଗରେ ଟିକି ଭୋଇ, ରାଜନୀତି ବିଜ୍ଞାନରେ ଦୀପକ କୁମାର ଦେବ, ସଂସ୍କୃତ ପଦ୍ମିନୀ ହରପାଲ ଏବଂ ସୋସିଓଲିଜିରେ ହେରେକୃଷ୍ଣ ବହିଁସାଲ ବିଭାଗୀୟ ଟପ୍ପର ହୋଇଥିବା ବେଳେ ବାଣିଜ୍ୟରେ ଧନୁର୍ଯ୍ୟୟ ଦୀପ ଓ ତୁଷାର ସିଂ ଛତ୍ରୀଆ ଉକ୍ତ ବିଭାଗରେ ଟପ୍ପର ହୋଇଛନ୍ତି । ସେହିପରି ବିଜ୍ଞାନ ବିଭାଗରେ ଆନ୍‌ଥ୍ରୋପୋଲୋଜି ବର୍ଷା ରାଣୀ ସ୍ୱାଇଁ, ଉଦ୍ଭିଦ ବିଜ୍ଞାନରେ ବର୍ଷା ରାଣୀ ଦୁବେ , ରସାୟନ ବିଜ୍ଞାନ ରୂବିନା ବାରିକ, ଗଣିତରେ ପଲ୍ଲବୀ ଥେଟୁଆର, ପଦାର୍ଥ ବିଜ୍ଞାନରେ ଅନୁଭବ ଚାନ୍ଦ ଓ ପ୍ରାଣୀ ବିଜ୍ଞାନ ବିଭାଗରେ ମନାଲିସା ପାଣି ଉକ୍ତ ବିଷୟରେ ଟପ୍ପର ହୋଇଛନ୍ତି ।

- Advertisement -

ଏହି ପରୀକ୍ଷା ଫଳ ପ୍ରକାଶିତ ସମୟରେ ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ, ସିପିଜିସି ଡ. ଜୟଦେବ ସାହୁ, ଓଏସ୍‌ଡି ଡ. କୌଳାଶ ଚନ୍ଦ୍ର ଦାସ ସମେତ ବିଶ୍ଵବିଦ୍ୟାଳୟର ସମସ୍ତ ବିଭାଗର ପ୍ରଫେସର ଓ ପରୀକ୍ଷା ନିୟନ୍ତ୍ରକ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ପରୀକ୍ଷା ଫଳ ପ୍ରକାଶିତ କରିବା ପରେ କଳାହାଣ୍ଡି ବିଶ୍ଵବିଦ୍ୟଦଳୟର କୁଳସଚିବ ପ୍ରଫେସର ସଞ୍ଜୟ କୁମାର ଶତପଥ ପ୍ରକାଶ କରିଥିଲେ ଯେ, ଆଗାମୀ ଦିନରେ ଏହି ପାସ୍ କରିଥିବା ପିଲାମାନେ ଆହୁରି ଆଗକୁ ଆଗକୁ ସଫଳତାର ପାହଚ ଚଢିବେ ବୋଲି ପ୍ରକାଶ କରିବା ସହିତ ସଫଳ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦ ଜଣାଇଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories