www.samajalive.in
Thursday, December 11, 2025
16.1 C
Bhubaneswar

ଏନଡିଏକୁ ଫେରିଲା ଓମ୍ ପ୍ରକାଶ ରାଜଭରଙ୍କ ଏସବିଏସପି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ବିରୋଧୀଙ୍କୁ ଆଉ ଏକ ବଡ଼ ଝଟ୍‌କା ଦେଇଛି। ଓମ୍ ପ୍ରକାଶ ରାଜଭରଙ୍କ ସୁହେଲଦେବ ଭାରତୀୟ ସମାଜ ପାର୍ଟି(ଏସବିଏସପି) ପୁଣି ଏନ୍‌ଡିଏରେ ସାମିଲ ହୋଇଛି। ଶନିବାର ରାଜଭର ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଥିବା ବେଳେ ରବିବାର ଶାହା ଟ୍ବିଟ୍‌ କରି ଏନେଇ ଘୋଷଣା କରିଛନ୍ତି।

ଶାହା ରାଜଭରଙ୍କ ସହ ଏକ ଫଟୋ ଶେୟାର କରି ଲେଖିଛନ୍ତି, ‘‘ଓମ୍ ପ୍ରକାଶ ରାଜଭରଙ୍କ ସହ ଦିଲ୍ଲୀରେ ସାକ୍ଷାତ ହୋଇଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ମୁଁ ତାଙ୍କୁ ଏନ୍‌ଡିଏ ପରିବାରକୁ ସ୍ବାଗତ କରୁଛି। ରାଜଭରଙ୍କ ପ୍ରତ୍ୟାବର୍ତ୍ତନ ଉତ୍ତରପ୍ରଦେଶରେ ଏନ୍‌ଡିଏକୁ ଆହୁରି ମଜବୁତ କରିବ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏନଡିଏ ଦ୍ୱାରା ଗରିବ ଏବଂ ବଞ୍ଚିତ ଲୋକଙ୍କ କଲ୍ୟାଣ ପାଇଁ କରାଯାଉଥିବା ପ୍ରୟାସ ଅଧିକ ସଶକ୍ତ ହେବ’’। ଓମ୍ ପ୍ରକାଶ ରାଜଭର ଜୁଲାଇ ୧୮ ତାରିଖରେ ହେବାକୁ ଥିବା ଏନ୍‌ଡିଏର ବୈଠକରେ ଯୋଗ ଦେବେ ବୋଲି ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ୨୦୧୭ରେ ଏନ୍‌ଡିଏ  ମେଣ୍ଟରୁ ପ୍ରାର୍ଥୀ ହୋଇ ଏସବିଏସପି ୪ ଆସନ ଜିତିଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ଓମ ପ୍ରକାଶ ରାଜଭର ମନ୍ତ୍ରୀ ମଧ୍ୟ ଥିଲେ। ତେବେ ମେଣ୍ଟ ବିରୋଧୀ କାର୍ଯ୍ୟ ଯୋଗୁ ତାଙ୍କୁ ୨୦୧୯ରେ ମେଣ୍ଟରୁ ବାହାର କରି ଦିଆଯାଇଥିଲା।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories