www.samajalive.in
Sunday, December 7, 2025
26.1 C
Bhubaneswar

୧ରୁ ଆନ୍ଦୋଳନକୁ ଓହ୍ଲାଇବେ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ

ଭବାନୀପାଟଣା: ଓଡ଼ିଶାରେ କୃଷକ ଓ କୃଷିର ବିକାଶ ନିମନ୍ତେ ଅକ୍ଳାନ୍ତ ପରିଶ୍ରମ କରୁଥିବା ୩୦୦୦ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀଙ୍କ ନ୍ୟାୟୋଚିତ ଦାବୀ ପୂରଣରେ ରାଜ୍ୟ ସରକାରଙ୍କ ଅବହେଳା ପାଇଁ କଳାହାଣ୍ଡି ଜିଲାର ସମସ୍ତ କର୍ମଚାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନ୍ୟାୟୋଚିତ ଦାବୀ ପୂରଣରେ ଅଯଥା କାଳକ୍ଷେପଣ ଓ ପାତର ଅନ୍ତର ତଥା ହେୟ ମନୋଭାବକୁ ପରିହାର କରି ଆଲୋଚନା ମାଧ୍ୟମରେ ଦାବି ପୂରଣ ନକଲେ ଅଗଷ୍ଟ ୧ରୁ ଆନ୍ଦୋଳନ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ରବିବାର ସ୍ଥାନୀୟ ଏସ ଏନ କନଫରେନ୍ସ ହଲଠାରେ କଳାହାଣ୍ଡି ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଶମ୍ଭୁଦତ୍ତ ନାଏକ ପ୍ରକାଶ କରିଛନ୍ତି ଯେ, ଗ୍ରାମ୍ୟ କୃଷି କର୍ମଚାରୀମାନଙ୍କର ଚାକିରୀରେ ଯୋଗଦେବାର ମୂଳ ଶିକ୍ଷାଗତ ଯୋଗ୍ୟତା ଇଣ୍ଟରମିଡିଏଟ୍ ସାଇନ୍ସ ବଦଳରେ ସାଇନ୍ସ ଡିଗ୍ରୀ ରଖିବା, ଗ୍ରାମ୍ୟ କୃଷି କର୍ମଚାରୀ ପଦବୀର ନାମ ପରିବର୍ତ୍ତନ କରିବା, ଗ୍ରେଡ୍ ପେ ୨୦୦୦ ଟଙ୍କାରୁ ୪୨୦୦ ଟଙ୍କାକୁ ବୃଦ୍ଧି, ଚାକିରୀ କାଳ ମଧ୍ୟରେ ସର୍ବନିମ୍ନ ୩ ଗୋଟି ପଦୋନ୍ନତି ଦେବା ଓ ସର୍ବୋପରି ବହୁ ପ୍ରତୀକ୍ଷିତ କ୍ୟାଡର ପୁନର୍ଗଠନ ପ୍ରଭୃତି ମୁଖ୍ୟ ଦାବି ସମେତ ୬ ବର୍ଷ ଠିକା ନିଯୁକ୍ତି ସମୟକୁ ମୂଳ ଚାକିରୀରେ ଗଣନା କରି ୬ଟି ନେସ୍‌ନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ କରିବା ଆଦି ଦାବୀକୁ ନେଇ ରାଜ୍ୟ ସରକାର, କୃଷି ବିଭାଗକୁ ବାରମ୍ବାର ନିବେଦନ କରାଯାଇଛି । କିନ୍ତୁ ଦୁଃଖ ଓ ଦୁର୍ଭାଗ୍ୟର ବିଷୟ ଯେ ସରକାର ଏଥିପ୍ରତି ଗୁରୁତ୍ୱ ଦେଉ ନାହାନ୍ତି। ଫଳରେ ନିଷ୍ଠାପର ସହିତ ପଞ୍ଚାୟତସ୍ତରରୁ କାମ କରୁଥିବା କୃଷି କର୍ମଚାରୀମାନଙ୍କ ଆର୍ଥିକ ଓ ସାମାଜିକ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇ ପଡ଼ୁଥିବା ବେଳେ ସରକାରୀ ଅବହେଳା ଯୋଗୁ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ମନରେ ନୈରାଶ୍ୟ ଓ ହତାଶ ଭାବ ଦେଖା ଦେଇଛି ବୋଲି ଶମ୍ଭୁଦତ୍ତ ଗଭୀର କ୍ଷୋଭର ସହ ପ୍ରକାଶ କରିଛନ୍ତି।

ଆଜି ଅନୁଷ୍ଠିତ ସାଧାରଣ ବୈଠକରେ ପ୍ରତ୍ୟେକ ବ୍ଲକରୁ ଆସିଥିବା ଗ୍ରାମ୍ୟ କୃଷି କର୍ମଚାରୀ ଏ ଦିଗରେ ସରକାର ତୁରନ୍ତ ବିଚାର ନକଲେ ସାରା ଜିଲାରେ ଆନ୍ଦୋଳନ ଜୋରଦାର ହେବ ଓ ଏଥିପାଇଁ ସରକାରୀ ଦାୟୀ ରହିବେ ବୋଲି ମତପ୍ରକାଶ କରିଛନ୍ତି। ଏଥିସହ ରାଜ୍ୟ ସରକାରଙ୍କୁ ଏ ସମ୍ପର୍କିତ ଦାବିପତ୍ର ପ୍ରଦାନ କରାଯାଇଛି ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ଶମ୍ଭୁଦତ୍ତ ନାଏକ, ଉପସଭାପତି ଲୋକନାଥ ପାତ୍ର, ସାଧାରଣ ସମ୍ପାଦକ ଭାସ୍କର ମାଝୀ, ସହ ସମ୍ପାଦକ ବୁଦ୍ଧଦେବ ସାହୁ, କୋଷାଧ୍ୟକ୍ଷ ଅବିନାଶ ଠାକୁର, ଉପଦେଷ୍ଟା ଅଶେଶ୍ଵର ଦୁର୍ଗା, ଖଗପତି ଛୁରାଙ୍କ ସମେତ ଜିଲାର ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ଯୋଗ ଦେଇଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories