www.samajalive.in
Saturday, December 13, 2025
21.1 C
Bhubaneswar

ତୁଳସୀନଗର ରାସ୍ତା ପାଲଟିଛି ବିଲ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି କାର୍ଯ୍ୟାଳୟ ଦେଇ ୱାର୍ଡ ନଂ ୮କୁ ଯାଇଥିବା ରାସ୍ତା କଡ଼ରେ ରହିଛି ତୁଳସୀନଗର । ଏଠାରେ ରହୁଛନ୍ତି ୧୨ଟି ପରିବାର। ବୈମାନଟିକ୍ରା ଯିବାବେଳେ ଡାହାଣ ପଟେ ପ୍ରାୟ ୨୦୦ ମିଟରର ଏକ କଚା ରାସ୍ତା ଏହି ତୁଳସୀ ନଗରକୁ ସଂଯୋଗ କରୁଛି । ଏହି ରାସ୍ତା ଦେଇ ଅତାବିରାର ଅନେକ ଚାଷୀ ମଧ୍ୟ ନିଜ ବିଲକୁ ଯାଇଥାନ୍ତି । ଏହି ରାସ୍ତା ଏବେ ବର୍ଷା ଦିନେ ମାଟି କାଦୁଅରେ ବିଲ ପାଲଟିଯାଇଛି। ରାସ୍ତାରେ ଚାଲିକି ଯିବା ମଧ୍ୟ ଅସମ୍ଭବ ହୋଇପଡୁଛି। ପିଲାଠାରୁ ବୃଦ୍ଧ ସମସ୍ତେ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଘାସ ବୁଦା ଦେଇ ଯିବାଆସିବା କରୁଛନ୍ତି । ଏନଏସିରୁ ଏତେ ନିକଟରେ ଥାଇ ମଧ୍ୟ ଏହି ରାସ୍ତା ଆଜିଯାଏଁ କଚା ରାସ୍ତା ହୋଇ ରହିଛି। ଯେଉଁଠି ଲୋକ ରହୁନାହାନ୍ତି ସେଠାକୁ କଂକ୍ରିଟ ରାସ୍ତା ହୋଇସାରିଛି । ଏହି ତୁଳସୀନଗରରୁ ସ୍କୁଲ୍ ପିଲାମାନେ ଏମିତି କାଦୁଆ ରାସ୍ତାରେ ପ୍ରତ୍ୟେକଦିନ ଯିବା ଆସିବା କରୁଛନ୍ତି । ଏଥିପ୍ରତି ଏନଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ତୁଳସୀନଗରବାସୀ ଦାବୀ କରିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories