ସମ୍ବଲପୁର: ସମ୍ବଲପୁରକୁ ଶନିବାର ଓ ରବିବାର ୨ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି. କେ. ପାଣ୍ଡିଆନ ଆସିଛନ୍ତି। ଏହି ଗସ୍ତକୁ ବିରୋଧି ଦଳ ମାନଙ୍କ ତରଫରୁ କରାଯାଉଛି। ଏହି କ୍ରମରେ ସମ୍ବଲପୁର ଠାରେ ଶନିବାର ପୂର୍ବାହ୍ନରେ ଭାରତୀୟ ଜନତା ପାର୍ଟି ତରଫରୁ ସ୍ଥାନୀୟ ଲକ୍ଷ୍ମୀ ଟକିଜ ଛକ ଠାରେ ୫ଟି ସଚିବଙ୍କ ଗସ୍ତକୁ ଜିଲା ଶାଖା ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଜିଲା ବିଜେପି ସଭାପତି ଗିରିଶ ପଟେଲ ଙ୍କ ନେତୃତ୍ୱରେ କଳାପତାକ ଦେଖାଇ ବିଜେପି କର୍ମୀ ମାନେ ବିରୋଧ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକର୍ତ୍ତା ମାନେ କଳା ଗାମୁଛା ଓ ମହିଳା ମାନେ କଳା ଓଢ଼ଣୀ ଧରି ପାଣ୍ଡିଆନ ଗୋ ବେକ ଆଦି ବିଭିନ୍ନ ପ୍ରକାରର ନାରାବାଜି ଓ ପୋଷ୍ଟର ପ୍ରଦର୍ଶନ କରିଥିଲେ।
ପ୍ରବଳ ବର୍ଷା ସତ୍ୱେ କାର୍ଯ୍ୟକର୍ତ୍ତା ମାନେ ପ୍ରଦର୍ଶନ କରିବା ପରେ ରାଲିରେ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ଉଭୟ ପକ୍ଷ ମଧ୍ୟରେ ମୃଦୁ ଧସ୍ତାଧସ୍ତି ହୋଇଥିଲା ଏବଂ ପୁଲିସ ଜିଲା ସଭାପତି ଙ୍କ ସମେତ ୩୦ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତାଙ୍କୁ ଉଠାଇ ନେଇଥିଲା। ସମଲେଇ ଯୋଜାନରେ ତାମିଲ ଠିକାଦାର ସହ ଦୁର୍ନୀତି ହେଉଥିବାର ଅଭିଯୋଗ ସହିତ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଅନେକ ଗୁଡିଏ ପ୍ରକଳ୍ପ ଆଜି ମଧ୍ୟ ଅସମ୍ପୁର୍ଣ୍ଣ ହୋଇ ପଡ଼ି ରହିଛି। ମୁଖ୍ୟମନ୍ତ୍ରୀ ନିଜେ ଗସ୍ତ କରି ବିକାଶ କରିବା ବଦଳରେ ସଚିବଙ୍କୁ କାହିଁକି ପଠାଉଛନ୍ତି ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି। ପୁଲିସ ଭାଜପା କର୍ମୀ ମାନଙ୍କୁ ଶାସନ ଥାନାକୁ ନେଇ ଅଟକ ରଖିଛି।



