www.samajalive.in
Sunday, December 14, 2025
16.1 C
Bhubaneswar

ବିଶ୍ଵ ଯୁବ ଦକ୍ଷତା ଦିବସ ପାଳିତ

ଫୁଲବାଣୀ: ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ଫୁଲବାଣୀରେ ବିଶ୍ଵ ଯୁବ ଦକ୍ଷତା ଦିବସ ୨୦୨୩ ମହା ସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇଏମସି ଅଧ୍ୟକ୍ଷ ନୀଳମାଧବ ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ନିଯୁକ୍ତି ଅଧିକାରୀ ପୁରୁଷୋତ୍ତମ ମହାପାତ୍ର, ଓଏଲଏମର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ରଥ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁନିଲ କୁମାର, ଏସବିଆଇ ଆରସେଟି ର ଫ୍ଯାକଲ୍ଟି ପ୍ରଦ୍ୟୁମ୍ନ କୁମାର ଡିଗାଲ୍ ସରକାରୀ ଆଇଟିଆଇ ଫୁଲବାଣୀର ଅଧ୍ୟକ୍ଷ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇଥିବା ବେଳେ ସରକାରୀ ପଲିଟେକନିକ୍, ସହରର ଏକାଧିକ ହାଇସ୍କୁଲ ଓ ଦକ୍ଷତା ବିକାଶ କେନ୍ଦ୍ରର ଶତାଧିକ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ସାମିଲ ହୋଇଥିଲେ। ସରକାରୀ ଆଇଟିଆଇ ର ପ୍ରଶିକ୍ଷକ ଶ୍ରୀ ଦେବାଶିଷ ବ୍ରହ୍ମା କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଅନୁଷ୍ଠାନର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବିଶ୍ଵ ଯୁବ ଦକ୍ଷତା ଦିବସ ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଇଂ ସେଠୀ ବୈଷୟିକ ରୂପାନ୍ତରଣର ଶକ୍ତି, ଭବିଷ୍ୟତ ଦୃଷ୍ଟିକୋଣ ଓ ନିଯୁକ୍ତି ସୁଯୋଗ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମିଶ୍ର ନିଜ ଉଦ୍ୟୋଗୀ ଜୀବନ କଥା କହି ବୈଷୟିକ ଶିକ୍ଷା ଗ୍ରହଣ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ। ଜିଲ୍ଲା ନିଯୁକ୍ତି ଅଧିକାରୀ ଶ୍ରୀ ମହାପାତ୍ର ବୈଷୟିକ ଶିକ୍ଷାର ରୂପାନ୍ତର ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥା ଓ ରୋଜଗାରକୁ କିପରି ପ୍ରଭାବିତ କରୁଛି ତାହା ବର୍ଣ୍ଣନା କରିବା ସହିତ ଉଚ୍ଚତର ଲକ୍ଷ୍ୟ ହାସଲ କରିବାକୁ ଉତ୍ସାହିତ କରିଥିଲେ। ପରେ ପରେ ସରକାର ଆଇଟିଆଇ ଫୁଲବାଣୀର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା। ପ୍ରଶିକ୍ଷକ ଦେବାଶିଷ ବ୍ରହ୍ମା, ରଶ୍ମୀରଂଜନ ବେହେରା, ସ୍ମୃତି ରଂଜନ ଦାଶ୍, ନିଶିକାନ୍ତ ପ୍ରଧାନ, ପ୍ରଶାନ୍ତ ମିଶ୍ର ଓ ଗୌରବ ମହାପାତ୍ର ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories