www.samajalive.in
Friday, December 12, 2025
14.1 C
Bhubaneswar

ରାଜ୍ୟରେ ଲାଗି ରହିଛି ବର୍ଷା, ଭଦ୍ରକରେ ୧୬୫ ମିମି.

ଡେସ୍କ : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶନିବାର ସକାଳୁ ବର୍ଷା ଲାଗି ରହିଛି । ଭୁବନେଶ୍ବର- କଟକ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବିକ୍ଷିପ୍ତ ଭାବେ ବର୍ଷା ଜାରି ରହିଛି ।​‌  ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ବରସ୍ଥ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ସନ୍ଧ୍ୟା ୫ ଟା ୩୦ ସୁଦ୍ଧା ଭଦ୍ରକ ସହରରେ ସର୍ବାଧିକ ୧୬୫ ମିମି ବର୍ଷା ରେକର୍ଡ କରାଯାଇଛି। ଜଗତସିଂହପୁରରେ ୧୩୨.୬ ମିମି ଓ ଝାରସୁଗୁଡା :୧୨୧ମିମି ବର୍ଷା ରେକର୍ଡ କରାଯାଇଛି।

ଆଜି ସନ୍ଧ୍ୟା ୫.୩୦ ସୁଦ୍ଧା ବିଭିନ୍ନ ସ୍ଥାନରେ ରେକର୍ଡ ବର୍ଷାର ପରିମାଣ

- Advertisement -

ଭଦ୍ରକ : ୧୬୫ ମିମି
ଜଗତସିଂହପୁର : ୧୩୨.୬ ମିମି
ଝାରସୁଗୁଡା :୧୨୧ମିମି
ଚାନ୍ଦବାଲି :୮୦.୬ମିମି
ଭୁବନେଶ୍ୱର :୪୬.୪ମିମି
ବାଲେଶ୍ୱର :୨୩.୩ମିମି
ପାରାଦୀପ :୧୫.୬ ମିମି
ଗୋପାଳପୁର :୫.୪ ମିମି
କେନ୍ଦୁଝର :୮.୬ ମିମି
ପୁରୀ :୧୫.୮ମିମି
ସମ୍ବଲପୁର :୧୫.୪

ଅନ୍ୟପକ୍ଷରେ  ଆସନ୍ତା ୧୮ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ଥିବାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories