ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଅନ୍ତଃବିବାଦରେ ଛନ୍ଦି ହୋଇଥିବା ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କ ଅନ୍ତରୀଣ ସୁରକ୍ଷା ଅବଧିକୁ ଦିଲ୍ଲୀ ହାଇକୋର୍ଟ ନଭେମ୍ବର ୨୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ସମୟ ପର୍ଯ୍ୟନ୍ତ ଆସ୍ଥାନାଙ୍କୁ ଗିରଫ କରାଯାଇପାରିବ ନାହିଁ। ସିବିଆଇର ଦୁଇ ପ୍ରମୁଖ ଅଧିକାରୀ ନିର୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନା ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ଏଥିପାଇଁ ଉଭୟଙ୍କ ବିରୋଧରେ କେନ୍ଦ୍ରୀୟ ଭିଜିଲାନ୍ସ କମିସନ (ସିଭିସି) ତଦନ୍ତ ଚାଲିଛି। ସିଭିସି ତଦନ୍ତ ପରିପ୍ରେକ୍ଷୀରେ ଉଭୟଙ୍କୁ ସରକାର ଛୁଟିରେ ପଠାଇଦେଇଛନ୍ତି। ସତୀଶ ସାନାଙ୍କ ଅଭିଯୋଗ ଆଧାରରେ ସିବିଆଇ ଆସ୍ଥାନାଙ୍କ ବିରୋଧରେ ମାମଲା ରୁଜୁ କରିଛି। ମାଂସ ବ୍ୟବସାୟୀ ମୋଇନ କ୍ୟୁରେସୀ ମାମଲାରେ ସମ୍ପୃକ୍ତ ସତୀଶକୁ କ୍ଲିନ ଚିଟ ପ୍ରଦାନ ପାଇଁ ଆସ୍ଥାନା ତାଙ୍କ ଠାରୁ କୋଟି କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି।
Popular Categories



