www.samajalive.in
Saturday, December 13, 2025
23.1 C
Bhubaneswar

ଏନ୍‌ସିପି ନେତା ଅଜିତ ପାୱାର ମହାରାଷ୍ଟ୍ର ଅର୍ଥମନ୍ତ୍ରୀ

ମୁମ୍ବଇ: ମହାରାଷ୍ଟ୍ରର ସିନ୍ଦେ ସରକାରରେ କ୍ୟାବିନେଟ୍ ସମ୍ପ୍ରସାରଣ ପରେ ମନ୍ତ୍ରୀମାନଙ୍କ ମଧ୍ୟରେ ଶୁକ୍ରବାର ବିଭାଗ ବଣ୍ଟନ କରାଯାଇଛି। ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ୯ ଜଣ ଏନସିପି ବିଧାୟକଙ୍କୁ ଶେଷରେ ସେମାନଙ୍କ ବିଭାଗ ମିଳିଛି। ଏନ୍‌ସିପି ନେତା ତଥା ନିକଟରେ ସିନ୍ଦେ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ ପାୱାରଙ୍କୁ ଅର୍ଥ ବିଭାଗର ଗୁରୁ ଦାୟିତ୍ବ ମିଳିଛି। ଏଥି ସହିତ ଯୋଜନା ବିଭାଗର ଦାୟିତ୍ବ ମଧ୍ୟ ଗ୍ରହଣ କରିଛନ୍ତି ଅଜିତ ପାୱାର।

ଛଗନ ଭୁଜବଲଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପଦ ମିଳିଛି। ଧରମରାଓବାବା ଅତ୍ରାମଙ୍କୁ ଖାଦ୍ୟ ଏବଂ ଔଷଧ ପ୍ରଶାସନ ଦାୟିତ୍ବ ଦିଆଯାଇଥିବା ବେଳେ ଦିଲୀପ ୱଲସେ ପାଟିଲଙ୍କୁ ସମବାୟ, ଧନଞ୍ଜୟ ମୁଣ୍ଡେଙ୍କୁ କୃଷି, ହସନ୍‌ ମୁଶ୍ରିଫ୍‌ଙ୍କୁ ଡାକ୍ତରୀ ଶିକ୍ଷା ବିଭାଗ ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ଅନିଲ୍‌ ପାଟିଲଙ୍କୁ ବିପର୍ଯ୍ୟୟ ପରିଚାଳନା ଏବଂ ରିଲିଫ୍‌ ଓ ଥଇଥାନ ମନ୍ତ୍ରୀ, ଅଦିତି ତଟକରେଙ୍କୁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପଦ ମିଳିଥିବା ବେଳେ ସଞ୍ଜୟ ବନସୋଡ଼େଙ୍କୁ କ୍ରୀଡ଼ା ଓ ଯୁବ କଲ୍ୟାଣ ଏବଂ ବନ୍ଦର ବିଭାଗ ଦାୟିତ୍ବ ମିଳିଛି।

- Advertisement -

.

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories