www.samajalive.in
Monday, December 8, 2025
24.1 C
Bhubaneswar

ଶିଶୁ ଦିବସରେ ଆଇନ ସଚେତନତା ଶିବିର

ପିପିଲି : ପିପିଲି କୋର୍ଟର ତାଲୁକ ଆଇନ ସେବା ସଂସ୍ଥା ପକ୍ଷରୁ ଶିଶୁ ଦିବସ ପାଳନ ଅବସରରେ ସ୍ଥାନୀୟ ପିପିଲି ମିଶନ ମଧ୍ୟ ଇଂରାଜୀ ବିଦ୍ୟାଳୟ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପିପିଲି ତାଲୁକ ଆଇନ ସେବା ସଂସ୍ଥାର ଚେୟାରମ୍ୟାନ୍‍ ତଥା ପିପିଲି ବରିଷ୍ଠ ଦେୱାନୀ ଅଦାଲତର ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ ଓ ଜେଏମ୍‍ଏଫ୍‍ସି ତଥା କନିଷ୍ଠ ଦେୱାନୀ ଅଦାଲତର ବିଚାରପତି ଅରୂପ ନାୟକ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଶିଶୁଙ୍କ ବିଭିନ୍ନ ଅଧିକାର ସମ୍ପର୍କରେ ଆଲୋକପାତ କରିବା ସହ ଭଲ ମଣିଷ ଭାବେ ନିଜକୁ ଗଢିତୋଳି ଦେଶ ଗଠନରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ରଶାନ୍ତ କିଶୋର ପରିଡା, ରମାକାନ୍ତ ସାହୁ, ଶିବପ୍ରସାଦ ସାହୁ, ଶଙ୍କର୍ଷଣ ପ୍ରଧାନ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଉଷାରାଣୀ ପଟେଲ, ସହକାରୀ ଶିକ୍ଷକ ଦ୍ୱିତୀକୃଷ୍ଣ ପଣ୍ଡା ପ୍ରମୁଖ ଯୋଗଦେଇ ଶିଶୁ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉପଦେଶ ପ୍ରଦାନ କରିଥିଲେ। ପିପିଲି ତାଲୁକ ଆଇନ ସେବା ସଂସ୍ଥାର ସମ୍ପାଦକ ସନ୍ତୋଷ କୁମାର ମଲ୍ଲିକ, କୋର୍ଟର କର୍ମଚାରୀ ଚିତ୍ତରଞ୍ଜନ ମହାପାତ୍ର, ସରୋଜ କୁମାର ଶତପଥି ପ୍ରମୁଖ ଏଥିରେ ସକ୍ରୀୟ ସହଯୋଗ କରିଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories