www.samajalive.in
Saturday, December 6, 2025
15.1 C
Bhubaneswar

ଗୌରୀ ମିଶ୍ର ହତ୍ୟା ମାମଲା : ଆଉ ଜଣେ ଗିରଫ

ଗୁଣୁପୁର: ବହୁଚର୍ଚ୍ଚିତ ଏନଜିଓ ନିର୍ଦେଶକ ଗୌରୀ ମିଶ୍ର ହତ୍ୟାକାଣ୍ଡ ମାମଲାରେ ଗୁଣୁପୁର ପୁଲିସ୍‌ ଆଉ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ମୁନା ଲିମା। ଅଭିଯୁକ୍ତର ଘର ଗୁଣପୁର ଆମ୍ବେଦନଗର ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ମୁନା ଲିମା ଫେରାର୍ ଥିବାବେଳେ ଗୁଣୁପୁର ପୁଲିସ୍ ମୁନାକୁ ଆର୍.ଉଦୟଗିରିଠାରୁ ଉଠାଇ ଆଣିଥିଲା । ଗୌରୀ ମିଶ୍ର ଓ ସୁପାରିକିଲର ଭି.ରାଜେସ୍ ହତ୍ୟାକାଣ୍ଡ ଘଟଣାରେ ପୂର୍ବରୁ ୯ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ମୁନା ସମେତ ୧୦ ଜଣ ଅଭିଯୁକ୍ତକୁ ଗିରଫ ହୋଇସାରିଲେଣି। ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଫେରାର୍ ରହିଥିବା ଜଣାପଡ଼ିଛି। ପ୍ରକାଶ ଯେ, ଗତ ମେ ୧୩ ତାରିଖରେ ଗୌରୀ ମିଶ୍ରକୁ ଗୁଣପୁର ବଂଶଧାରା ବ୍ରିଜ ଉପରେ ଜମିଜମା ବିବାଦକୁ ନେଇ ଗୁଳି କରି ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡ ପାଇଁ ଭି.ରାଜେସକୁ ସୁପାରି ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories