ଦରପୋଡା ମଣିଷ ମାଂସ ଖାଇ ଦୁଇ ଗିରଫ
ବାରିପଦା- ମୟୁରଭଞ୍ଜରେ ଅଭାବନୀୟ ଘଟଣା । ଜୁଇ ଜଳାଯାଉଥିବା ଝିଅର ଦରପୋଡା ମାଂସ ଖାଇ ଦୁଇ ଜଣ ଗିରଫ ହୋଇଛନ୍ତି । ଏହି ୨ ଜଣଙ୍କୁ ପୋଲିସ ଗିରଫ କରିଛି। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର ପଞ୍ଚାୟତ ବନ୍ଧସାହି ଗାଁରେ ଏହି ଘଟଣା ଘଟିଛି । ଶବର ପୋଡ଼ା ମାଂସ ଖାଇବାକୁ ନେଇ ସୂଚନା ମିଳିବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ମାଂସ ଖାଉଥିବା ଦୁଇ ଜଣକୁ ଗ୍ରାମବାସୀ ଅଟକ ରଖି ପୋଲିସ ଜିମା ଦେଇଥିଲେ ।
ମଙ୍ଗଳବାର ବନ୍ଧସାହିଗାଁର ୨୫ ବର୍ଷୀୟ ମଧୁସ୍ମିତା ସିଂଙ୍କ ମୃତ୍ୟୁ ହୋଇଥିଲା । ଗାଁ ମଶାଣୀରେ ପରିବାର ଲୋକ ମଧୁସ୍ମିତାଙ୍କ ଶବ ସତ୍କାର କରିଥିଲେ । ଶବ ପୋଡା ଚାଲିଥିବା ସମୟରେ ଦୁଇ ଜଣ ଲୋକ ଶବରୁ ଅଧା ପୋଡା ମାଂସକୁ ଆଣି ଖାଇଥିଲେ ।
ଏହା ଦେଖି ପରିବାର ଲୋକେ ଉତ୍ୟକ୍ତ ହୋଇ ଦୁଇ ଜଣକୁ ଗାଁ ମୁଣ୍ଡରେ ଅଟକ ରଖିଥିଲେ । ୫୮ ବର୍ଷୀୟ ସୁନ୍ଦର ସିଂ ଓ ୨୫ ବର୍ଷୀୟ ନରେନ୍ଦ୍ର ସିଂଙ୍କୁ ଅଟକ ରଖିବା ପରେ ପୁଲିସ ଜିମା ଦେଇଥିଲେ। ଏହି ଦୁଇ ଅଭିଯୁକ୍ତ ବଡ଼ସାହି ଥାନା ଦାନ୍ତୁଣୀ ଗାଁର ବୋଲି ସୂଚନା ମିଳିଛି । ସୁନ୍ଦର ମୋହନ ଗାଁରେ ଗୁଣିଆ ଭାବେ ଝଡାଫୁଙ୍କା କରନ୍ତି। ତେବେ ଗୁଣି ପାଇଁ ନୁହେଁ ମହୁଲି ମଦ ନିଶାରେ ଦରପୋଡା ମାଂସ ଖାଇଦେଇଥିବା ସେମାନେ ପୁଲିସକୁ କହିଛନ୍ତି ।
Comments are closed.