www.samajalive.in
Monday, December 8, 2025
13.1 C
Bhubaneswar

ପଞ୍ଚାୟତ ହିଂସା – ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କଲେ ମମତା

ଡେସ୍କ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଦ୍ୟ ସମାପ୍ତ ପଂଚାୟତ ନିର୍ବାଚନ ସମୟରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୁଶ୍ରୀ ବାନାର୍ଜୀ କହିଛନ୍ତି ଯେ ପଂଚାୟତ ନିର୍ବାଚନ ସମୟରେ ଘଟିଥିବା ହିଂସା ଘଟଣାରେ ଦୋଷୀ ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ରାଜ୍ୟ ସରକାର ପୁଲିସକୁ ଅଧିକାର ପ୍ରଦାନ କରିଛନ୍ତି।

ସୁଶ୍ରୀ ବାନାର୍ଜୀ କହିଛନ୍ତି, ୭୧ ହଜାର ବୁଥରେ ମତଦାନ ହୋଇଥିବା ବେଳେ ମାତ୍ର ୬୦ଟି ବୁଥରେ ହିଂସା ଘଟିଛି ଯେଉଁଥିରେ ୧୯ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରୁ ଅଧିକ ତୃଣମୂଳ କଂଗ୍ରେସର କର୍ମୀ ହୋଇଥିବା ସେ କହିଛନ୍ତି। ଗତ ଜୁନ ୮ରେ ନିର୍ବାଚନ ପାଇଁ ଘୋଷଣା ହେବା ଦିନ ଠାରୁ ହିଂସାତ୍ମକ କାର୍ଯ୍ୟ ବୃଦ୍ଧି ପାଇଥିଲା। ତେବେ ଏହି ହିଂସାରେ ୩୭ ଜଣ ଆକ୍ରମଣର ଶିକାର ହୋଇଥିବା ପୁଲିସ କହିଛି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories