www.samajalive.in
Saturday, December 6, 2025
26.1 C
Bhubaneswar

ଶ୍ରାବଣରେ ନିଅଣ୍ଟିଆ ବର୍ଷା; ଶୁଖିଲା ପଡିଛି କେନାଲ ,ଚିନ୍ତାରେ ଚାଷୀ 

ହରଭଙ୍ଗା : ଚଳିତବର୍ଷ ବର୍ଷାଦିନ ଆରମ୍ଭରୁ ବର୍ଷା ବଦଳରେ ଟାଣ ଖରା ଚାଷୀଙ୍କ ନିଦ ହଜାଇଲାଣି। ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ  ପାଣିକୁ ଚାତକ ଭଳି ଚାହିଁ ରହିଛି। ଅନ୍ୟପଟେ ଚାଷୀଙ୍କ ଚାଷ ପାଇଁ ଉର୍ଦ୍ଦିଷ୍ଟ କ୍ଷୁଦ୍ର ଜଳସେଚନ କେନାଲ ମଧ୍ୟ ଶୁଖିଲା ପଡିଛି। ଏପଟେ ବର୍ଷା ନାହିଁ ସେପଟେ କେନାଲରେ ପାଣିନାହିଁ ,ଏସବୁ ଭିତରେ ପାଣିର ଅଭାବ ଯୋଗୁଁ ଚାଷୀ ସାମାନ୍ୟ ତଳିଘାରି ଖଣ୍ଡିଏ ପକାଇ ପାରୁନି। ଜମିରେ ଧାନ ବୁଣା କଥା ପଚାରେ କିଏ। ଏଭଳି ଅବସ୍ଥାରେ ଚାଷୀ ମୁଣ୍ଡରେ ହାତଦେଇ ବସିଛି। ଭଲ ବର୍ଷା ନହେଲେ ଏବର୍ଷ ପୁଣି ମରୁଡିର କରାଳ ରୂପ ଚାଷୀ ଦେଖିବ ବୋଲି ଚର୍ଚ୍ଚା ହେଉଛି।
ପ୍ରକାଶ ଯେ ହରଭଙ୍ଗା ପଂଚାୟତର ୧୦ଟି ରାଜସ୍ୱ ଗ୍ରାମର ୧୨ ଶହ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧାକୁ ଦୃଷ୍ଟିରେ ରଖି ଶଗଡିଆ ନାଳ ଉପରେ ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ କରାଗଲା। ପ୍ରକଳ୍ପ ନିର୍ମାଣ ପରେ ହରଭଙ୍ଗା ପଂଚାୟତରେ ଧାନଚାଷ ସମୟରେ ପାଣିର ଅଭାବ ଦୂର ହେବା ସହିତ ଚାଷୀଙ୍କ ବହୁତ ଦିନର ଦାବୀ ପୂରଣ ହେଲା। ପ୍ରକଳ୍ପ ନିର୍ମାଣ ପରେ ମଧ୍ୟ ନିଅଣ୍ଟିଆ ସମୟରେ ପାଣିର ଅଭାବ ବର୍ତମାନ ଦେଖାଦେଇଛି। ଯାହାଫଳରେ ଚାଷୀ ସାମାନ୍ୟ ତଳି ପକାଇବା ସମୟରେ କେନାଲରୁ ପାଣିଟୋପାଏ ପାଇପାରୁନାହିଁ। ଅନ୍ୟପଟେ ପ୍ରକଳ୍ପ ନିର୍ମାଣ ସ୍ଥାନରୁ ମାତ୍ର ୪ଶହ ମିଟର ଦୂରରେ ଥିବା ଧର୍ମନଗର ଗାଁ ଲୋକଙ୍କ ପାଇଁ ଶଗଡିଆ କ୍ଷୁଦ୍ରଜଳସେଚନ ପ୍ରକଳ୍ପ ଦୁଃଖ ପାଲଟିଛି। କେନାଲ ନିର୍ମାଣ ପରେ ଧର୍ମନଗର ମୌଜାର ଥିବା ୨୦ରୁ ଅଧିକ ଚାଷୀଙ୍କ ହେକ୍ଟର ହେକ୍ଟର ଚାଷ ଜମିରେ ପାଣିମାଡି ପାରୁନଥିବାରୁ ଧାନ ଚାଷ ଉଜୁଡିଯିବା ସହିତ ଚାଷୀ ଚାଷରୁ ଆଶା ଛାଡି ଦେଲାଣି। ଚାଷୀଙ୍କ ସମସ୍ୟା ଦୂରପାଇଁ ମନ୍ତ୍ରୀଙ୍କ ଜରୀଆରେ ଗାଁ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାର ସମାଧାନ ହୋଇ ପାରୁନାହିଁ। ଏ ଦିଗରେ କ୍ଷୁଦ୍ରଜଳସେଚନ ବିଭାଗର ସ୍ୱତନ୍ତ୍ରଦୃଷ୍ଟି ଦେବାକୁ ଦାବୀ ହେଉଛି ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories