www.samajalive.in
Sunday, December 14, 2025
26.1 C
Bhubaneswar

‘ସମାଜ’ ଓ ଏମ୍‌‌ଏସ୍‌‌ପି ସ୍ପଞ୍ଜ ପକ୍ଷରୁ ଚାରାରୋପଣ ଓ ବଣ୍ଟନ

କେନ୍ଦୁଝରଗଡ଼: ଦୈନିକ ଖବରକାଗଜ ‘ସମାଜ’ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧୋତ୍ସବ ପରିପ୍ରେକ୍ଷୀରେ ରାଜ୍ୟବ୍ୟାପୀ ଚାରାରୋପଣ କାର୍ଯ୍ୟକ୍ରମ ଅବସରରେ ମଙ୍ଗଳବାର ସଦର ବ୍ଲକ ହଳଦିଆଗୁଣାସ୍ଥିତ ଏମ୍‌‌ଏସ୍‌‌ପି ସ୍ପଞ୍ଜ କାରଖାନା ଓ ‘ସମାଜ’ ମିଳିତ ସହାୟତାରେ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ପ୍ରଥମେ କାରଖାନା ମୁଖ୍ୟଫାଟକ ସମ୍ମୁଖରେ କାରଖାନାର ମୁଖ୍ୟ ସମ୍ପାଦନ ଅଧିକାରୀ ଇଂ ଦେବବ୍ରତ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଉନ୍ନତ କିସମର ଆମ୍ବ ଚାରା ବଣ୍ଟନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।

ସମାଜ ପ୍ରତିନିଧି ଜ୍ଞାନରଞ୍ଜନ ମିଶ୍ର, ଗୋବର୍ଦ୍ଧନ ସରପଞ୍ଚ ସଞ୍ଜୟ ମୁଣ୍ଡା, କାରଖାନାର ବରିଷ୍ଠ ସାଧାରଣ ପରିଚାଳକ ସଞ୍ଜୟ କୁମାର ସାହୁ, ବରିଷ୍ଠ ପରିଚାଳକ ମାନବସମ୍ବଳ ରଞ୍ଜନ ଜେନା, ମୁଖ୍ୟ ହିସାବରକ୍ଷକ ଅଧିକାରୀ ବି.ଆର.ନନ୍ଦ, ପରିବେଶ ପରିଚାଳକ ଡ.ହିମାଂଶୁ ପାତ୍ର, ସୁରକ୍ଷା ପରିଚାଳକ ଡି.ଏଚ୍‌‌.ମାନସିଂହ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାରାବଣ୍ଟନ କରିଥିଲେ। ଏହାପରେ କାରଖାନାରୁ ୨୦ନଂ ଜାତୀୟ ରାଜପଥ ସଂଯୋଗ କରୁଥିବା ରାସ୍ତାର ଉଭୟ ପାର୍ଶ୍ବରେ ବିଭିନ୍ନ କିସମର ମୂଲ୍ୟବାନ ଚାରାରୋପଣ କରାଯାଇଥିବା ବେଳେ ଏହାର ସୁରକ୍ଷା ପାଇଁ ଚାରାରୋପଣ ଚତୁଃପାର୍ଶ୍ବରେ ସୁରକ୍ଷାବାଡ ଦିଆଯାଇଥିଲା। କେବଳ ଚାରାରୋପଣ ନୁହେଁ ବରଂ ଏହାକୁ କିଭଳି ବୃକ୍ଷରେ ପରିଣତ କରାଯାଇ ପରିବେଶ ସୁରକ୍ଷା ସହ ସବୁଜିମା ସୃଷ୍ଟି କରାଯାଇ ପାରିବ ସେଥିପ୍ରତି କାରଖାନାର ପ୍ରତ୍ୟେକ କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗ ନିହାତି ଜରୁରୀ ବୋଲି କାରଖାନା ମୁଖ୍ୟ ଅଧିକାରୀ ଇଂ ଶ୍ରୀ ସ୍ୱାଇଁ ଆହ୍ୱାନ ଦେଇଥିଲେ। ଚଳିତମାସ ଶେଷ ସୁଦ୍ଧା କାରଖାନା ପକ୍ଷରୁ ସ୍ଥାନୀୟ ବଣୁଆଁ ଗ୍ରାମରେ ଏବଂ ପଦ୍ମପୁର ଶିବ ମନ୍ଦିର ପରିସରରେ ଏକ ବଡ ଧରଣର ବନ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ୧୦୦୦ରୁ ଊର୍ଦ୍ଧ୍ବ ଚାରାରୋପଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଇଂ ଶ୍ରୀ ସ୍ୱାଇଁ ଏହି ଅବସରରେ ସୂଚନା ଦେଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories