୧୫ ସୁଦ୍ଧା ଶିକ୍ଷକ ଓ ଅଣଶିକ୍ଷକଙ୍କୁ ସହମତି ପତ୍ର ଦେବାକୁ ଆଦେଶ
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କେନ୍ଦୁଝର ପରିସର
କେନ୍ଦୁଝରଗଡ଼ : କେନ୍ଦୁଝରରେ ୨୦୨୩-୨୪ ଶିକ୍ଷାବର୍ଷରୁ ଧରଣୀଧର ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ନେଇ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେବୃୟାରୀ ୧୩ ତାରିଖ କେନ୍ଦୁଝର ଗସ୍ତରେ ଆସି ଘୋଷଣା କରିଥିଲେ ହେଁ ଅଦ୍ୟାବଧି ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ସରକାରୀସ୍ତରରେ ବିଧିବଦ୍ଧ ଭାବେ ଗେଜେଟ ନୋଟିଫିକେସନ ହୋଇପାରି ନାହିଁ । ଫଳରେ ଚଳିତ ଶିକ୍ଷାବର୍ଷରୁ ଧରଣୀଧର ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ କି ନାହିଁ ସେ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଦ୍ୱନ୍ଦରେ ପଡିଛନ୍ତି । ଏଭଳିସ୍ଥିତିରେ ପୂର୍ବରୁ କେନ୍ଦୁଝର ଠାରେ କାର୍ଯ୍ୟକ୍ଷମ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନୂତନ ଭାବେ ଘୋଷିତ ହୋଇଥିବା ଧରଣୀଧର ବିଶ୍ୱବିଦ୍ୟାଳୟ ଅଧିନରେ ରହିବେ ନା ପୂର୍ବଭଳି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଅଧିନରେ କାର୍ଯ୍ୟ କରିବେ ସେ ନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ବୀରେନ୍ଦ୍ର କୋରକୋରା ଚିଠି ନଂ ୨୮୮୨୭ ଯୋଗେ ବିଶ୍ୱବିଦ୍ୟାଳୟର କୁଳସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି । ଏ ସମ୍ପର୍କରେ ଆସନ୍ତା ୧୫ ତାରିଖ ସୁଦ୍ଧା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ସହମତିପତ୍ର ସଂଗ୍ରହ କରି ଉଚ୍ଚ ଶିକ୍ଷା ବିଭାଗକୁ ପଠାଇବାକୁ ସ୍ୱତନ୍ତ୍ର ସଚିବ ଶ୍ରୀ କୋରକୋରା ନିର୍ଦ୍ଦେଶ କରିଛନ୍ତି ।
Comments are closed.