www.samajalive.in
Saturday, December 13, 2025
26.1 C
Bhubaneswar

କାର ସମେତ ୩୦ କିଗ୍ରା ଗଞ୍ଜେଇ ଜବତ : ୩ ଗିରଫ

ସମ୍ବଲପୁର : ସମ୍ବଲପୁରର ଅବକାରୀ ବିଭାଗ ପକ୍ଷରୁ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲଗାଇବା କ୍ରମରେ ଶନିବାର ରାତ୍ରି ସମୟରେ ଗଞ୍ଜେଇ ସମେତ କାର ଜବତ କରିଛି। ଅବକାରୀ ଦଳ ପାଟ୍ରୋଲିଂ କରୁଥିବା ସମୟରେ ସ୍ଥାନୀୟ ଶାସନ ଟୋଲ ଗେଟ ନିକଟରେ ଏକ ସନ୍ଦିଗ୍ଧ ଦାମୀକିଆ କାର (ଡିଏଲ – ୧ – ସିଜେଡ – ୭୪୩୪)କୁ ଅଟକାଇଥିଲେ। ଉକ୍ତ କାରକୁ ଯାଞ୍ଚ କରିବାରୁ ଗୋଡ ରଖିବା ସ୍ଥାନରେ ଲୁକ୍କାୟିତ ଭାବରେ ରଖାଯାଇଥିବା ୨ଟି ଜରି ବସ୍ତା ମଧ୍ୟରେ ୩୦ କିଗ୍ରା ଗଞ୍ଜେଇ ଜବତ କରାଯାଇଥିଲା। ଚାଲାଣକାରୀ ଗଞ୍ଜେଇ ଗୁଡିକୁ ବୌଦ୍ଧ ଜିଲାରୁ ବିହାର ରାଜ୍ୟକୁ ଚାଲାଣ କରୁଥିବାର ଜଣାପଡ଼ିଥିଲା। ଏଣୁ ବିହାର ରାଜ୍ୟର ନୱାଦା ନିବାସୀ ଧାନୁ କୁମାର (୨୩), ଅଟଲ ବିହାରୀ (୧୮) ଓ ବୈଶାଳୀ ଜିଲା ନିବାସୀ ବିମଳେଶ କୁମାର ରାୟ (୪୨)ଙ୍କୁ ଅବକାରୀ ଦଳ ଗିରଫ କରିଥିଲା। ଜବତ ହୋଇଥିବା ଗଞ୍ଜେଇ ଓ କାରର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଅଧିକ ହେବ। ଏ ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମାଲ ରୁଜୁ କରି ଅଭିଯୁକ୍ତଙ୍କୁ ଅଦାଲତକୁ ଚାଲାଣ କରାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories