www.samajalive.in
Saturday, December 13, 2025
26.1 C
Bhubaneswar

ଯାଦବ ପ୍ରତିଭା ସମ୍ମାନ ସମାରୋହ

ସମ୍ବଲପୁର : ରାଜନୈତିକ ବିକାଶ ନହେଲେ ଯାଦବ ଜାତିର ବିକାଶ ହୋଇପାରିବ ନାହିଁ। ଯୁବପିଢ଼ି ଯାଦବ ଜାତିର ବିକାଶ ପାଇଁ ରାଜନୀତିକୁ ଆଗେଇ ଆସିବାକୁ ଉତ୍କଳ ଯାଦବ ମହାସଭାର ସାଧାରଣ ସଂପାଦକ ପ୍ରଦୀପ ବେହେରା କହିଛନ୍ତି। ଆଜି ସମ୍ବଲପୁର ଯାଦବ ସଂଘ ପକ୍ଷରୁ ତପସ୍ବିନୀ ପ୍ରେକ୍ଷାଳୟରେ ଆୟୋଜିତ ଯାଦବ ପ୍ରତିଭା ସମ୍ମାନ ସମାରୋହକୁ ଉଦ୍‌ଘାଟନ କରି ଉତ୍କଳ ଯାଦବ ମହାସଭାର ସାଧାରଣ ସଂପାଦକ ପ୍ରଦୀପ ବେହେରା କହିଲେ, ଆଗାମୀ ୨୦୨୪ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଯାଦବ ସମାଜର ଯୁବକମାନେ ଏହି ନିର୍ବାଚନରେ କୌଣସି ପ୍ରାର୍ଥୀ ଜିତାଇବା କିମ୍ବା ହରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଉଚିତ। ସେ ଆହୁରି କହିଲେ, ଓଡ଼ିଶାରେ ପଛୁଆ ବର୍ଗର ଲୋକଙ୍କୁ କୌଣସି ସୁବିଧା ମିଳୁନାହିଁ। ଭୋଟ ପାଇବା ତଥା କ୍ଷମତା ଅକ୍ତିଆର କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ଉଚ୍ଚବର୍ଗର ଲୋକଙ୍କ ପାଇଁ ଥଇଥାନ ରାଜନୀତିକୁ ଗୁରୁତ୍ବ ଦେଉଛନ୍ତି। ବିଚାର ବିଭାଗୀୟ ଓ ପ୍ରଶାସନିକ କ୍ଷେତ୍ରର ସଫଳତା ଯୋଗୁ ମାତ୍ର ୧୦ ପ୍ରତିଶତ ଲୋକ ସବୁ ସୁବିଧା ହାସଲ କରୁଛନ୍ତି। ତେଣୁ, ରାଜନୀତି ସହିତ ଏହି ଦୁଇ କ୍ଷେତ୍ରରେ ସଫଳତା ହାସଲ ପାଇଁ ବି ପିଲାମାନଙ୍କୁ ଶ୍ରୀ ବେହେରା ଆହ୍ବାନ ଦେଇଥିଲେ। ମୁଖ୍ୟ ଅତିଥି ଧନକଉଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପଞ୍ଜଳି ବେହେରା ଛାତ୍ରଛାତ୍ରୀଙ୍କୁ ସବୁକ୍ଷେତ୍ରରେ ଉତ୍କର୍ଷତା ଲାଭ କରିବା ପାଇଁ ଉତ୍ସାହିତ କରିଥିଲେ। ମୁଖ୍ୟବକ୍ତା ଉତ୍କଳ ଯାଦବ ମହାସଭାର ମହାସଚିବ ଲମ୍ବୋଦର ନିଆଲ କହିଲେ, ଜନନୀ ଓ ଜନ୍ମମାଟି ଠାରୁ ବଡ଼ କିଛି ନାହିଁ। ଭଗବାନ ଶ୍ରୀକୃଷ୍ଣଙ୍କ ବାଣୀକୁ ଉଦ୍ଧାରକରି ଶ୍ରୀ ନିଆଲ ଅସହାୟ ଲୋକଙ୍କୁ ସହାୟତା କରିବା ଓ ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ କହିଥିଲେ। ମାଟ୍ରିକ ଓ ଯୁକ୍ତ ଦୁଇ ଶ୍ରେଣୀର ସଫଳତାରେ ଅଟକି ନଯାଇ ଜୀବନରେ ଶ୍ରେଷ୍ଠତ୍ବ ଲାଭ ପାଇଁ ଅଗ୍ରସର ହେବାକୁ ଆହ୍ବାନ ଦେଇଥିଲେ। ଯାଦବ ସଂଘର ସଭାପତି ଭୋଳାଶଙ୍କର ମହତ୍ତମ ସଭାରେ ଅଧ୍ୟକ୍ଷତାକରି ରୋଟି, କପଡ଼ା ଓ ବାସଗୃହ ସହିତ ଏବେ ଶିକ୍ଷା ମଣିଷ ପାଇଁ ଅନିବାର୍ଯ୍ୟ ହୋଇଯାଇଛି ବୋଲି କହିଥିଲେ। ଜୟସିଂ ଭୋଇ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ସଂଘର ସାଧାରଣ ସଂପାଦକ ହେମନ୍ତ ଗହୀର ବିବରଣୀ ପାଠ ଓ ସୁରେନ୍ଦ୍ର ବଗର୍ତ୍ତି ସ୍ବାଗତ ଭାଷଣ ଦେଇଥିଲେ। ଲକ୍ଷ୍ମୀ ପ୍ରସାଦ ବାଗ ଓ ସ୍ମାରକୀ ମାହାରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ରବିରତ୍ନ ବାଗ ଓ ସନ୍ତରଣକାରୀ ମନୋଜ ବନଛୋରଙ୍କୁ ଯାଦବ ଗୌରବ ସମ୍ମାନ ଦିଆଯାଇଥିଲା। ଏହି ଅବସରରେ ମାଟ୍ରିକ ଓ ଯୁକ୍ତଦୁଇ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସୁରେନ୍ଦ୍ରନାଥ ଗୁରୁ, ଗୁଣନିଧି ରାଉତ, ରେଶମ ପୋଢ଼, ରମେଶ ଚନ୍ଦ୍ର ପୋଢ଼, ନରେଶ ବଗର୍ତ୍ତି, ଲେଲୁର୍ଯ୍ୟ ନଗ, ହରିହର ଷଣ୍ଢ, ଜୟକିଶୋର ଜାଲ, ରାଜୁ ପୋଢ଼, ଲୋକନାଥ ବଗର୍ତ୍ତି, ନିଖିଳ ନାଗ, ଘନଶ୍ୟାମ ମହାକୁର, କାନନ ନାଗ, ବିଜୟଲକ୍ଷ୍ମୀ ବେହେରା, ସରୋଜିନୀ ବନଛୋର ଓ ଦୈତାରୀ କଠାର ସହଯୋଗ କରିଥିଲେ। କୃଷ୍ଣଚନ୍ଦ୍ର ବାଗଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନବକିଶୋର ଜାଲ, କ୍ଷୀତିଶ ବାଗ, ଚେତନାମୟୀ ବେହେରା, ରାମାଧୀନ ଘୁସି ପ୍ରମୁଖ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories