www.samajalive.in
Monday, December 8, 2025
24.1 C
Bhubaneswar

ହକି ବିଶ୍ୱକପ ଓ ଅଷ୍ଟ୍ରେଲିଆର ଆଧିପତ୍ୟ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସରେ ଆଉ ମାତ୍ର ୧୪ ଦିନ ପରେ ପୁରୁଷ ହକି ବିଶ୍ୱକପ ଖେଳାଯିବ। ଏହି ବିଶ୍ୱକପ୍‍ରେ ଅଂଶଗ୍ରହଣ କରିବାକୁ ଥିବା ୧୬ଟି ଦେଶ ମଧ୍ୟରୁ ଅଷ୍ଟ୍ରେଲିଆ ଟାଇଟଲ ଜିତିବାକୁ ଅନ୍ୟତମ ବଡ଼ ଦାବିଦାର। ଗତଥରର ଚମ୍ପିଆନ ଅଷ୍ଟ୍ରେଲିଆର ବିଶ୍ୱକପ ଅଭିଯାନ ଏବଂ ସମ୍ଭାବନାକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା।
ଅଷ୍ଟ୍ରେଲିଆ ହକି ବିଶ୍ୱକପର ଅନ୍ୟତମ ଶ୍ରେଷ୍ଠ ଦଳ। ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୩ଟି ପୁରୁଷ ହକି ବିଶ୍ୱକପରେ ଅଷ୍ଟ୍ରେଲିଆ ୧୨ଥର ଅଂଶଗ୍ରହଣ କରିଥିବାବେଳେ ୩ଥର ଚମ୍ପିଆନ ଓ ଦୁଇଥର ରନର୍ସଅପ ହୋଇଛି। ଅଷ୍ଟ୍ରେଲିଆ ୧୯୭୧ ସ୍ପେନ୍‍ ବିଶ୍ୱକପ୍‍ରେ ୮ମ, ୧୯୭୩ ନେଦରଲାଣ୍ଡ୍‍ସରେ ଖେଳା ଯାଇଥିବା ୨ୟ ସଂସ୍କରଣରେ ଭାଗ ନେଇ ନଥିବାବେଳେ ୧୯୭୫ରେ ମାଲେସିଆରେ ଖେଳା ଯାଇଥିବା ୩ୟ ବିଶ୍ୱକପ୍‍ରେ ୫ମ ସ୍ଥାନ ହାସଲ କରିଥିଲା। ୧୯୭୮ରେ ଆର୍ଜେଣ୍ଟିନାରେ ଖେଳା ଯାଇଥିବା ୪ର୍ଥ ସଂସ୍କରଣରେ ୩ୟ, ୧୯୮୨ରେ ମୁମ୍ବଇରେ ଖେଳା ଯାଇଥିବା ୫ମ ସଂସ୍କରଣରେ ୩ୟ ହୋଇଥିବା ବେଳେ ୧୯୮୬ରେ ଇଂଲଣ୍ଡରେ ଖେଳା ଯାଇଥିବା ୬ଷ୍ଠ ସଂସ୍କରଣରେ ପ୍ରଥମଥର ପାଇଁ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ୧୯୯୦ରେ ପାକିସ୍ତାନର ଲାହୋରରେ ଖେଳା ଯାଇଥିବା ୭ମ ସଂସ୍କରଣରେ ୩ୟ, ୧୯୯୪ରେ ଖେଳା ଯାଇଥିବା ୮ମ ସଂସ୍କରଣରେ ଆୟୋଜକ ଦେଶ ଭାବେ ୩ୟ, ୧୯୯୮ରେ ନେଦରଲାଣ୍ଡ୍‍ସରେ ଖେଳା ଯାଇଥିବା ୯ମ ସଂସ୍କରଣରେ ୪ର୍ଥ, ୨୦୦୨ରେ ମାଲେସିଆରେ ଖେଳା ଯାଇଥିବା ୧୦ମ ସଂସ୍କରଣରେ ରନର୍ସଅପ, ୨୦୦୬ରେ ଜର୍ମାନୀରେ ଖେଳା ଯାଇଥିବା ୧୧ଶ ସଂସ୍କରଣରେ ରନର୍ସଅପ, ୨୦୧୦ରେ ନୂଆଦିଲ୍ଲୀରେ ଖେଳା ଯାଇଥିବା ୧୨ଶ ସଂସ୍କରଣରେ ଚମ୍ପିଆନ ଓ ୨୦୧୪ରେ ନେଦରଲାଣ୍ଡ୍‍ସରେ ଖେଳା ଯାଇଥିବା ୧୩ଶ ସଂସ୍କରଣରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ଗତ ୨ଟି ସଂସ୍କରଣରେ କ୍ରମାଗତ ଚମ୍ପିଆନ୍‍ ହୋଇଥିବା ହକିରୁଜ୍‍ ନାମରେ ଖ୍ୟାତ ଅଷ୍ଟ୍ରେଲିଆ ହ୍ୟାଟ୍ରିକ୍‍ ଟାଇଟଲ ଲକ୍ଷ୍ୟରେ ରହିଛି। ୨୦୧୭ ଡିସେମ୍ବରରେ ଭୁବନେଶ୍ୱରରେ ଖେଳା ଯାଇଥିବା ହକି ବିଶ୍ୱଲିଗ୍‍ ଫାଇନାଲରେ ଅଷ୍ଟ୍ରେଲିଆ ଚମ୍ପିଆନ ହୋଇଥିବା ବେଳେ ଭୁବନେଶ୍ୱରରେ ନିଜ ପ୍ରାଧାନ୍ୟ ବଳବତ୍ତର ରଖିବା ଲକ୍ଷ୍ୟରେ ରହିବ।
ବିଶ୍ବକପ୍ ପାଇଁ ଅଷ୍ଟ୍ରେଲିଆ ଦଳ: ଡାନିଏଲ ବିଏଲ୍‍, ଟିମୋଥି ବ୍ରାଣ୍ଡ୍‍, ଆଣ୍ଡର‍୍ୟୁ ଚାର୍ଟର, ଟମ୍‍ କ୍ରେଗ୍‍, ମାଥ୍ୟୁ ଡସନ୍‍, ବ୍ଲେକ୍‍ ଗୋଭର୍ସ, ଜେକ୍‍ ହାର୍ଭି, ଜରେମି ହେୱାର୍ଡ, ଟିମ୍‍ ହେୱାର୍ଡ, ଟାଇଲର ଲୋଭେଲ, ଟ୍ରେଣ୍ଟ ମିଟନ୍‍, ଏଡି ଇକେନ୍‍ଡେନ, ଫ୍ଲାଇନ୍‍ ଓଜିଲ୍‍ଭି, ମାଥ୍ୟୁ ସ୍ୱାନ୍‍, କୋରେ ୱିୟେର, ଜେକ୍‍ ହ୍ୱେଟନ୍‍, ଡାଇଲାନ ୱଦରସ୍ପୁନ୍‍ ଓ ଆରାନ ଜାଲେୱସ୍କି (ଅଧିନାୟକ)। ମୁଖ୍ୟ ପ୍ରଶିକ୍ଷକ- କଲିନ୍‍ ବ୍ୟାଚ୍‍।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories