www.samajalive.in
Sunday, December 7, 2025
13.1 C
Bhubaneswar

‘ମେକ୍‍ ଇନ୍‍ ଓଡ଼ିଶା’ ସମ୍ମିଳନୀ : ମିଳିଲା ୪ ଲକ୍ଷ କୋଟିରୁ ଅଧିକ ନିବେଶ ପ୍ରସ୍ତାବ

୫ ଲକ୍ଷରୁ ଅଧିକ ଲୋକଙ୍କୁ ମିଳିବ ନିଯୁକ୍ତି, – ପରବର୍ତ୍ତୀ ସମ୍ମିଳନୀ ୨୦୨୦ରେ, – ଆକର୍ଷଣରେ ଗଗନ ନାରଙ୍ଗ, ବିଭୁ ମହାପାତ୍ର

ଭୁବନେଶ୍ୱର : ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଓଡ଼ିଶା ଉପରେ ନିବେଶକଙ୍କ ଆଶା ଅତୁଟ ରହିଛି। ପ୍ରଥମ ‘ମେକ୍‍ ଇନ୍‍ ଓଡ଼ିଶା’ ସମ୍ମିଳନୀରେ ଶିଳ୍ପପତିମାନେ ଓଡ଼ିଶା ଉପରେ ଭରସା କରି ଯେଉଁ ନିବେଶ ପ୍ରତିଶ୍ରୁତି ଦେଇଥିଲେ ଚଳିତଥର ତାହାର ଦୁଇଗୁଣରୁ ଅଧିକ ପ୍ରସ୍ତାବ ମିଳିଛିି। ଯାହା ଓଡ଼ିଶାର ଶିଳ୍ପ ଅନୁକୂଳ ପରିବେଶ ସହ ଦୃଢ ନେତୃତ୍ୱ ଏବଂ ଉତ୍ତମ ପ୍ରଶାସନିକ ବ୍ୟବସ୍ଥା ଉପରେ ନିବେଶକଙ୍କ ବଢୁଥିବା ଆସ୍ଥାକୁ ପ୍ରମାଣିତ କରୁଛି। ‘ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀ’ର ଦ୍ୱିତୀୟ ସଂସ୍କରଣରେ ପୁଞ୍ଜି ନିବେଶକାରୀମାନେ ମୋଟ ୪ ଲକ୍ଷରୁ ଅଧିକ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଦେଇଛନ୍ତି। ଏହି ସବୁ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୫ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ତେବେ ପରବର୍ତ୍ତୀ ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀ ୨୦୨୦ରେ ଅନୁଷ୍ଠିତ ହେବ।
ଆଜି ଥିଲା ଶିଳ୍ପ ମହାକୁମ୍ଭ ‘ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀ’ର ଉଦ୍‍ଯାପନୀ ସନ୍ଧ୍ୟା ଉତ୍ସବକୁ ସମ୍ବୋଧିତ କରିି ମୁଖ୍ୟମନ୍ତ୍ରୀ କହିଲେ, ଚଳିତଥର ସମ୍ମିଳନୀରେ ନିବେଶକମାନେ ୧୫ଟି କ୍ଷେତ୍ରରେ ୪,୧୯,୫୭୪ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ରାଜ୍ୟରେ ଶିଳ୍ପାୟନ ଅଧିକ ପରିବ୍ୟାପ୍ତ ହେବ। ନିବେଶକଙ୍କ ଆଡୁ ମିଳିଥିବା ନିବେଶ ପ୍ରତିଶ୍ରୁତି କାର୍ଯ୍ୟକାରୀ ହେଲେ ଏହା ଦ୍ୱାରା ରାଜ୍ୟରେ ଯେଉଁସବୁ ଶିଳ୍ପ କାରଖାନା ପ୍ରତିଷ୍ଠା ହେବ ସେଥିରେ ୫ ଲକ୍ଷ ୯୧ ହଜାର ଲୋକ ନିଯୁକ୍ତି ପାଇବେ। ସମ୍ମିଳନୀ ପ୍ରତି ନିବେଶକଙ୍କ ଆଡୁ ସକାରାତ୍ମକ ପ୍ରତିକ୍ରିୟା ହାସଲ ହେଉଥିବା ଦୃଷ୍ଟିରୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରବର୍ତ୍ତୀ ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀ ୨୦୨୦ ନଭେମ୍ବର ୩୦ରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥିଲେ। ଏହି ସମ୍ମିଳନୀ ଡିସେମ୍ବର ୪ ପର୍ଯ୍ୟନ୍ତ ଚାଲିବ। ଚଳିତ କନ୍‍କ୍ଲେଭ୍‍ରେ ୫ଟି ଶିଳ୍ପ ସଂସ୍ଥାରୁ ସର୍ବାଧିକ ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି। ସେମାନଙ୍କ ମଧ୍ୟରେ ହଳଦିଆ ପେଟ୍ରୋକେମିକାଲ୍ସ (୭୦,୦୦୦ କୋଟି) ଜେଏସ୍‍ପିଏଲ୍‍ (୬୦,୯୫୦ କୋଟିି), ଏମ୍‍ସିଏଲ୍‍ (୫୮,୯୯୭ କୋଟି ), ତାଇୱାନ୍‍ କମ୍ପାନୀ (୪୩,୦୦୦ କୋଟି) ଏବଂ ସେଲ୍‍ (୪୧,୪୦୦ କୋଟି) ଟଙ୍କାର ନିବେଶ ରହିଛି। ଏହାଛଡା ସମ୍ମିଳନୀ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୬ଟି ରାଷ୍ଟ୍ରଙ୍କୁ ଆମନ୍ତ୍ରଣ କରାଯାଇଥିଲା। ସେହିସବୁ ରାଷ୍ଟ୍ରରୁ ୪୬,୬୫୦ କୋଟି ଟଙ୍କାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‍ଡିଆଇ) ପ୍ରସ୍ତାବ ମିଳିଥିବା ଜଣାଯାଇଛି।


ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାକୁ ମିଳିଥିବା ପୁଞ୍ଜିନିବେଶ ପ୍ରସ୍ତାବ ମଧ୍ୟରୁ ଅଧିକାଂଶ କାର୍ଯ୍ୟକାରୀ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଶିଳ୍ପପତିଙ୍କଠାରୁ ମିଳିଥିବା ପୁଞ୍ଜିନିବେଶ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ନିମନ୍ତେ ମୋ ସରକାର ଏକ ଉତ୍ସର୍ଗୀକୃତ ଟିମ ଗଠନ କରିବା ସହିତ ସେମାନଙ୍କ ସହିତ ଦୀର୍ଘକାଳୀନ ସହଯୋଗ ସ୍ଥାପନ ଦ୍ୱାରା ଏସବୁ ଯୋଜନା କାର୍ଯ୍ୟକାରୀ ହେବ। ରାଜ୍ୟକୁ ପୂର୍ବାଞ୍ଚଳର ନିର୍ମାଣ କେନ୍ଦ୍ର କରିବା ଦିଗରେ ଓଡ଼ିଶା ଆରମ୍ଭ କରିଥିବା ଅଭିଯାନରେ ସାମିଲ ହୋଇଥିବା ସମସ୍ତ ଉଦ୍ୟୋଗପତିଙ୍କୁ ନବୀନ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ, ୨୦୨୫ ସୁଦ୍ଧା ଅଢ଼େଇ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ ସହିତ ୩୦ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ ହାସଲ ପାଇଁ ୨୦୧୬ ଓଡ଼ିଶା ବିକାଶ କନକ୍ଲେଭ ଆୟୋଜନ କରାଯାଇଥିଲା। ଏହାର ସଫଳତା ପରେ ଏବେ ଶିଳ୍ପପତିମାନେ ଓଡ଼ିଶା ଉପରେ ପୁନଃ ଆସ୍ଥା ପ୍ରକଟ କରିଛନ୍ତି। ଏହି ଉତ୍ସବରେ ଯୋଗଦେଇଥିବା ଶିଳ୍ପପତି, ଯୁବ ଉଦ୍ୟୋଗୀ, ମହିଳା ଉଦ୍ୟୋଗୀ, ଛାତ୍ର ଓ ବିଶେଷଜ୍ଞମାନେ ଯୋଗଦେଇଥିବାରୁ ଆମେ ଖୁବ୍‍ ଆନନ୍ଦିତ। ଚଳିତଥରର କନ୍‍କ୍ଲେଭ୍‍ର ମୁଖ୍ୟ ଥିମ୍‍ ‘ଆଇ ଏମ୍‍ ଓଡ଼ିଶା’ ଅଭିଯାନକୁ ପୂର୍ଣ୍ଣ ସଫଳତା ମିଳିଛି। ସେ କହିଥିଲେ ଯେ ଦକ୍ଷତା ବିକାଶ ଜରିଆରେ ଆମେ ଯୁବ ବର୍ଗଙ୍କ ସଶକ୍ତୀକରଣ ଉପରେ ଜୋର ଦେଉଛୁ। ପାଞ୍ଚ ବର୍ଷରେ ୧୧ଲକ୍ଷ ଯୁବକଙ୍କୁ ଦକ୍ଷତା ତାଲିମ ଦେବାକୁ ଲକ୍ଷ୍ୟ ରହିଛି। ଏ ପର୍ଯ୍ୟନ୍ତ ୯ଲକ୍ଷ ୫ହଜାର ଯୁବକଙ୍କୁ ତାଲିମ ଦେଇସାରିଛୁ। ଖୁସିର କଥା ଯେ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ସବୁଠୁ ଶ୍ରେଷ୍ଠ ରାଜ୍ୟ ଭାବେ କେନ୍ଦ୍ର ସରକାରଙ୍କ ଦ୍ୱାରା ବିବେଚିତ ହୋଇଆସିଛି। ଏକ ଦକ୍ଷତା ଓଡ଼ିଶା ବ୍ରାଣ୍ଡ ଗଠନ ଆମର ମିଶନ। ଏହାକୁ ଲକ୍ଷ୍ୟରେ ରଖି ଭୁବନେଶ୍ୱରରେ ୧୮ତାଲା ବିଶିଷ୍ଟ ଦକ୍ଷତା ବିକାଶ କେନ୍ଦ୍ର ନିର୍ମାଣ କରାଯାଇଛି। ସିଙ୍ଗାପୁରସ୍ଥିତ ଆଇଟିଇଇଏସ ସହଯୋଗରେ ଏହାକୁ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ପରିଚାଳନା କରିବେ। ଏଥିପାଇଁ ସିଙ୍ଗାପୁରର ସମ୍ପୃକ୍ତ ସଂସ୍ଥା ସହିତ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। କେବଳ ଶିଳ୍ପ ନୁହେଁ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଯୁବପିଢ଼ିଙ୍କୁ ଦକ୍ଷ କରିବା ଆମର ଲକ୍ଷ୍ୟ। ମେକ ଇନ ଓଡ଼ିଶା କନକ୍ଲେଭରେ ସହଯୋଗୀ ରାଷ୍ଟ୍ର ଭାବେ ଜାପାନକୁ ନିମନ୍ତ୍ରଣ କରାଯାଇଥିବାବେଳେ ଆମ ସହିତ ଦୀର୍ଘ ମିଆଦି ସମ୍ପର୍କ ସ୍ଥାପନ ପାଇଁ ଜାପାନ ପ୍ରତିଶ୍ରୁତି ଦେଇଛି। ଏହି ଅବସରରେ ବିଦେଶରୁ କନକ୍ଲେଭରେ ଯୋଗଦେଇଥିବା ୧୯ଟି ରାଷ୍ଟ୍ରର ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା କହିଲେ, ଏହି ସମ୍ମିଳନୀରେ ଦେଶ ଏବଂ ବିଦେଶରୁ ୫,୦୭୪ ଶିଳ୍ପପତି ଓ ଉଦ୍ୟୋଗୀ ଯୋଗଦେଇଥିଲେ। ସର୍ବବୃହତ ଏହି ଶିଳ୍ପ ପ୍ରଦର୍ଶନୀକୁ ଏ ପର୍ଯ୍ୟନ୍ତ ୩୧,୮୦୬ ଜଣ ପରିଦର୍ଶନ କରିଥିବା ସେ କହିଛନ୍ତି।

ସମ୍ମିଳନୀର ୫ ବୃହତ୍‍ ନିବେଶ ପ୍ରସ୍ତାବ
ହଳଦିଆ ପେଟ୍ରୋକେମିକାଲ୍ସ ୭୦,୦୦୦ କୋଟି ଟଙ୍କା
ଜେଏସ୍‍ପିଏଲ୍‍ ୬୦,୯୫୦ କୋଟିି ଟଙ୍କା
ଏମ୍‍ସିଏଲ୍‍ ୫୮,୯୯୭ କୋଟି ଟଙ୍କା
ତାଇୱାନ୍‍ କମ୍ପାନୀ ୪୩,୦୦୦ କୋଟି ଟଙ୍କା
ସେଲ୍‍ ୪୧,୪୦୦ କୋଟି ଟଙ୍କା

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories