www.samajalive.in
Sunday, December 14, 2025
16.1 C
Bhubaneswar

ଜଗନ୍ନାଥଙ୍କ ସ୍ୱର ସେବକ ଥିଲେ ବାଣୀକଣ୍ଠ ନିମାଇଁ ହରିଚନ୍ଦନ

ଆଠଗଡ : ବାଣୀକଣ୍ଠ ସ୍ମୃତି ସଂସଦ ଆନୁକୁଲ୍ୟରେ କର୍ମଭୂମି ଆଠଗଡରେ ବାଣୀକଣ୍ଠ ପଦ୍ମଶ୍ରୀ ନିମାଇଁ ହରିଚନ୍ଦନଙ୍କର ୧୨୨ତମ ଜୟନ୍ତୀ ରବିବାର ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସାମରିକ ବିଭାଗ ତଥା ଭାରତ ସରକାରଙ୍କର ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ରାୟଗୁରୁ ରବିନ୍ଦ୍ରନାଥ ମହାପାତ୍ର ଯୋଗଦେଇ ଓଡିଆ ଶାସ୍ତ୍ରୀୟ ସଂଗୀତକୁ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ। ଜଗନ୍ନାଥଙ୍କ ନିକଟରେ ନିଜ ସଂଗୀତ କଳାକୁ ସମର୍ପଣ କରି ପ୍ରତିଦିନ ପୁରୀ ଶ୍ରୀମନ୍ଦିରରେ ଜଣାଣ ଓ ଭଜନ ଗାନ କରି ଅପାର ଆନନ୍ଦ ଲାଭ କରୁଥିଲେ ବାଣୀକଣ୍ଠ । ନିଜର ଶେଷ ଇଚ୍ଛା ବାହୁଡା ଯାତ୍ରାରେ ଆରପାରିକୁ ବାହୁଡିବା ପାଇଁ ଜଗନ୍ନାଥଙ୍କ ନିକଟରେ ତାଙ୍କର ନିବେଦନ ଥିଲା, ଯାହାକି ମହାପ୍ରଭୁ ପୂରଣ କଲେ ଏବଂ ୧୯୮୩ ମସିହା ଜୁଲାଇ ୨୦ତାରିଖ ବାହୁଡା ଯାତ୍ରା ଦିନ ବାଣୀକଣ୍ଠ ନିମାଇଁ ହରିଚନ୍ଦନ ଇହଲୀଳା ସମ୍ବରଣ କରିଥିଲେ ବୋଲି ମୁଖ୍ୟଅତିଥି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ।

ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଗୀତିକାର ରାଧାନାଥ ଦାସ ଯୋଗଦେଇ ବାଣୀକଣ୍ଠ ପଦ୍ମଶ୍ରୀ ନିମାଇଁ ହରିଚନ୍ଦନ କେବଳ ଆଠଗଡ କି ଓଡିଶା ନୁହେଁ ବରଂ ଭାରତ ବର୍ଷର ଜଣେ ଅନନ୍ୟ କଣ୍ଠଶିଳ୍ପୀ ଓ ସଂଗୀତକାର ବୋଲି କହିବା ସହ ସେ ମହାପ୍ରଭୁଙ୍କର ଶ୍ରୀ ଜଗନ୍ନାଥଙ୍କର ସ୍ୱରସେବକ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ସ୍ମୃତି ସଂସଦର ଉପସଭାପତି ତଥା କଣ୍ଠଶିଳ୍ପୀ ବିଦ୍ୟୁତ୍‌‌ମୟୀ ହରିଚନ୍ଦନ ଯୋଗଦେଇ ବାଣୀକଣ୍ଠଙ୍କ ସ୍ମୃତିଚାରଣ କରିଥିଲେ। ସ୍ମୃତିସଂସଦର ସଂପାଦକ ରାମନାରାୟଣ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ସଂପ୍ରତି ବର୍ଲିନଠାରେ ସ୍ୱତନ୍ତ୍ର ଅଲିମ୍ପିକରେ ରୌପ୍ୟପଦକ ହାସଲ କରିଥିବା ଆଠଗଡର ଝିଅ କଳ୍ପନା ଜେନାଙ୍କ ସମେତ ସଂଗୀତ ଓ ଅନ୍ୟ କଳାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଅତିଥିଗଣ ବାଣୀକଣ୍ଠଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସଂଗୀତ ଗୁରୁ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ସଂଚାଳନରେ ସ୍ଥାନୀୟ କଳାକାର ଓଡିଶୀ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ। ଆଠଗଡର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସେହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବାବେଳେ ଶେଷରେ କବି ଅନୁପ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories