www.samajalive.in
Saturday, December 13, 2025
26.1 C
Bhubaneswar

ଡୁର୍କାଡଙ୍ଗରିରେ ପଥର ଚାପାରେ ଦୁଇ ମୃତ

ମୁଖୀଗୁଡା: କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ଅଁଳାଭଟା ଗ୍ରାମରେ ଥିବା ଡୁର୍କାଡଙ୍ଗରି ରେ ପଥର ଖସି ଯାଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଅଁଳାଭଟା ଗ୍ରାମର ମୁକୁନ୍ଦ ପରାଭୋଇ(୫୫) ଓ ରାଜକୁମାରି ନାଏକ(୩୦)ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ ଆଜି ଦୁହେଁ ପଥର ଫଟାଇ ମେଟାଲ ତିଆରି କରୁଥିଲେ। ପ୍ରାୟ ୪ଟା ବେଳେ ମାଟି ଖସି ଯିବାରୁ ପଥର ତଳେ ଚାପି ହୋଇ ଗୁରୁତର ଆହତ ହେବା ସହ ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଜୟପାଟଣା ପୁଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ମୃତଦେହ ଉଦ୍ଧାର କରିଥିଲେ। ଏହାପରେ ପୁଲିସ ପକ୍ଷରୁ ଜୟପାଟଣା ଡାକ୍ତର ଖାନାକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories