www.samajalive.in
Sunday, December 14, 2025
26.1 C
Bhubaneswar

‘ପୁରାତନ ପାଠାଗାର ଭିତ୍ତିଭୂମି ସୁଦୃଢ଼ ସହ ଉପାଦେୟ ପୁସ୍ତକ ଯୋଗାଣ ହେଉ’ 

କେନ୍ଦୁଝରଗଡ଼: ପୁସ୍ତକ ହେଉଛି ମଣିଷର ପ୍ରକୃତ ବନ୍ଧୁ। ଅନେକ ସମୟରେ ପୁସ୍ତକ ମଣିଷକୁ ସଠିକ୍‌‌ ଦିଗ୍‌‌ଦର୍ଶନ ଦେବା ସହିତ ଭଲ କାମ କରିବାକୁ ପ୍ରୋତ୍ସାହିତ କରିଥାଏ। ଏହି ପୁସ୍ତକ ବିଭିନ୍ନ ସମୟରେ ପାଠାଗାର ମାଧ୍ୟମରେ ଉପଲବ୍ଧ ହେଉଥିବାବେଳେ ସମ୍ପ୍ରତି ଇଣ୍ଟରନେଟ୍‌‌ ଓ ମୋବାଇଲ ଯୁଗରେ ପାଠାଗାରର ପୁନରୁଦ୍ଧାର କଥା ଆଲୋଚନା କଲେ ଅନେକ ଯୁବପୀଢିଙ୍କୁ ଏହା ହାସ୍ୟାସ୍ପଦ ମନେହୁଏ। ଏହାସତ୍ତ୍ବେ ପାଠାଗାରର ଚାହିଦା ଏବେବି ଲୋକଙ୍କ ନିକଟରେ ଥିବା କଥାକୁ ଅସ୍ୱୀକାର କରାଯାଇ ନପାରେ। ପାଠାଗାରକୁ ପୁନରୁଦ୍ଧାର କରାନଗଲେ ସଂସ୍କୃତି, ଭାଷା, ସାହିତ୍ୟ, କଳା ଓ ସୃଜନଶୀଳତା କ୍ରମଶଃ ଲୋପ ପାଇବାକୁ ବସିଛି। କେନ୍ଦୁଝର ପରି ଏକ ସାହିତ୍ୟ ସଂସ୍କୃତି ସମ୍ପନ୍ନ ଜିଲାରେ ପାଠାଗାରର ପୁନରୁଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ପୂର୍ବରୁ ଭାଗବତ ଟୁଙ୍ଗୀ ଯେପରି ଭାତୃତ୍ୱ ଓ ଏକତାର ମନ୍ତ୍ରରେ ସମସ୍ତଙ୍କୁ ବାନ୍ଧି ରଖି ପାରୁଥିଲା, ପାରମ୍ପରିକ ପୀଠସ୍ଥଳୀଗୁଡିକ ଯେପରି ସମସ୍ତଙ୍କୁ ଏକତା ରଜୁରେ ବାନ୍ଧି ପାରୁଥିଲା ଅନୁରୂପ ଭାବେ ଗାଁ ଗାଁରେ ଥିବା ପାଠାଗାର ଯୁବକ ଓ ସଚେତନ ଶିକ୍ଷିତବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିପାରୁଥିଲା। ଅନ୍ୟୁନ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ପାଠାଗାର ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ଯୁବକ ସଂଘ କିମ୍ବା ସ୍ୱେଚ୍ଛାସେବୀ ସଙ୍ଗଠନ ମାଧ୍ୟମରେ ପ୍ରତିଷ୍ଠା କରାଗଲେ ଏହା ଅନେକ ପରିମାଣରେ ଭାଷା ସାହିତ୍ୟର ବିକାଶ ସାଙ୍ଗକୁ ପ୍ରଦେଶ, ସ୍ୱଦେଶ ଓ ବିଦେଶର ଖବର ସଂଗ୍ରହ ପାଇଁ ପ୍ରକୃଷ୍ଟ ସ୍ଥାନ ହୋଇପାରନ୍ତା। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରାଯାଇଥିବା ବେଳେ ଓଡ଼ିଆ ଭାଷାଭାଷୀ ଏହାକୁ ଆନନ୍ଦ ଉଲ୍ଲାସ ସହକାରେ ସ୍ୱାଗତ କରିଥିଲେ। ପାଠାଗାରମାନଙ୍କୁ ରାଜ୍ୟ ସଂସ୍କୃତି ବିଭାଗ ରାଜା ରାମମୋହନ ରାୟ ଲାଇବ୍ରେରୀ ମାଧ୍ୟମରେ ପୁସ୍ତକ ପ୍ରଦାନ କରାଯିବା ସହ ନ୍ୟାସନାଲ୍‌‌ ବୁକ୍‌‌ ଷ୍ଟୋର ପକ୍ଷରୁ ପୁସ୍ତକ ମଧ୍ୟ ଯୋଗାଇ ଦିଆଯାଇପାରନ୍ତା। ନିକଟ ଅତୀତରେ ଜିଲା ପ୍ରଶାସନ ଉଦ୍ୟମକ୍ରମେ କେନ୍ଦୁଝର ପୁରୁଣା ସହରର ପୁରାତନ ପାଠାଗାର ଶ୍ରୀ ଗୋପାଳଜୀଉ ପାଠାଗାରକୁ ନବୀକରଣ କରାଯିବା ଦ୍ୱାରା ଏବେ ଏହା ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ଯୁବବର୍ଗ ପର୍ଯ୍ୟନ୍ତ ସଂସ୍କୃତିର ପ୍ରାଣକେନ୍ଦ୍ର ପାଲଟିଛି। ସେହିପରି କେନ୍ଦୁଝର ପୁରୁଣାସହରର ବଡଦାଣ୍ଡରେ ଥିବା ପ୍ରାୟ ୪୦ବର୍ଷର ଅନୁଷ୍ଠାନ ଘୁଙ୍ଗୁରୁ କ୍ଲବ ଓ ଇଲେଭେନ ବୁଲେଟ କ୍ଲବକୁ ଆର୍ଥିକ ଅନୁଦାନ ଦିଆଯାଇ ଗହୃ ନିର୍ମାଣ କରାଯାଉଛି। ସହରାଞ୍ଚଳ ହେଉ ଅଥବା ଗ୍ରାମଞ୍ଚଳ ଲୋକମାନଙ୍କୁ ପୁସ୍ତକମନସ୍କ କରିବା ପାଇଁ ଡିଏମଏଫ ପକ୍ଷରୁୁ ଜିଲାର ବିଭିନ୍ନ ସ୍ଥାନରେ ପାଠାଗାର ପ୍ରତିଷ୍ଠା କରାଯାଇଥିବା ବେଳେ ଏହି ପାଠାଗାର କେନ୍ଦୁଝର, ଯୋଡା ଓ ବଡବିଲ ସହରରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିଛି।

ଏହାସହିତ ବିଭିନ୍ନ ବ୍ଲକ ମୁଖ୍ୟାଳୟରେ ମଧ୍ୟ ପାଠାଗାର ପ୍ରତିଷ୍ଠା କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଆସୁଛି। ଜିଲାର ବିଭିନ୍ନ ବିଦ୍ୟାଳୟମାନଙ୍କରେ ଏବେ ହ୍ୟାଙ୍ଗିଙ୍ଗ ଲାଇବ୍ରେରୀ ପ୍ରତିଷ୍ଠା କରାଯାଇଛି। ଏହି ହ୍ୟାଙ୍ଗିଙ୍ଗ ଲାଇବ୍ରେରୀରେ ବିଭିନ୍ନ ପୁସ୍ତକ ରହିଥିବାବେଳେ ଯେ କୌଣସି ଆଗ୍ରହୀ ଛାତ୍ରଛାତ୍ରୀ ଏହି ପୁସ୍ତକର ସଦୁପଯୋଗ କରିପାରୁଛନ୍ତି। ଜିଲାର ଯେଉଁ ସ୍ଥାନରେ ପୂର୍ବରୁ ପାଠାଗାର ରହିଥିବା ବେଳେ ଏମେବ ଏହା ବନ୍ଦ ପ୍ରାୟ ଥିବାରୁ ଉକ୍ତ ପାଠାଗାରର ଭିତ୍ତିଭୂମି ସୁଦୃଢ଼ୀକରଣ ସହ ଅଧିକ ସଂଖ୍ୟାରେ ଉପାଦେୟ ପୁସ୍ତକ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଆସୁଛି। ଏତଦ୍‌‌ବ୍ୟତୀତ ଏହି ପାଠାଗାରମାନଙ୍କୁ ପ୍ରତ୍ୟେକ ଦିନ ଓଡିଆ ଖବରକାଗଜ, ବେତାର ଓ ଟେଲିଭିଜନ୍‌‌ ସେଟ୍‌‌ ପ୍ରଦାନ କରାଯାଇ ପାରିଲେ ଲୋପ ପାଇବାକୁ ବସିଥିବା ଭାଷା ଓ ସଂସ୍କୃତି ଆନ୍ଦୋଳନ ପୁଣି ଉଜ୍ଜୀବିତ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଆସୁଛି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories