www.samajalive.in
Sunday, December 14, 2025
23.1 C
Bhubaneswar

ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ‘ଗୋଲଡ଼େନ୍ ହିରୋ’ ସମ୍ମାନ

ଭୁବନେଶ୍ୱର : ଶୁଶ୍ରୁତ ହସ୍ପିଟାଲ ଆଣ୍ଡ୍ ଟ୍ରମା କେୟାର ପ୍ରା.ଲିଃ ପକ୍ଷରୁ ଡ଼ାକ୍ତର ଦିବସ ଭୁବନେଶ୍ୱର କ୍ଲବ୍‌ରେ ପାଳିତ ହୋଇଯାଇଛି । ହସ୍ପିଟାଲ ପରିଚାଳନା ନିର୍ଦ୍ଦେଶକ ଡାକ୍ତର ଅକ୍ଷୟ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର ଏବଂ ସୁଲତା ଦେଓ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ପାହାଳ ଠାରେ ଦୁର୍ଘଟଣାରେ ଜଣେ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ତାଙ୍କ କାର୍ଯ୍ୟ ନିମନ୍ତେ ଅନୁଷ୍ଠାନ ତରଫରୁ ଡା.ଅକ୍ଷୟ କୁମାର ରାଉତ ଏବଂ ଡା. ସି ଆର୍ ଦାସ ‘ଗୋଲଡ଼େନ୍ ହିରୋ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାପରେ ଅତିଥିମାନଙ୍କ ଦ୍ୱାରା ‘ମେଡ଼ିକାଲ୍ ଟ୍ୟୁରିଜିମ୍‌’ ଉପରେ ଏକ ୱେବ୍‌ସାଇଟ୍ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ପଲି ଟ୍ରମା ପରିଚାଳନା ଶିର୍ଷକ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡା. ଅକ୍ଷୟ କୁମାର ରାଉତ, ହାଇଦ୍ରାବାଦ ଏଆଇଜି ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡା.ନିହାର ରଞ୍ଜନ ପ୍ରଧାନ ଓ କ୍ୟାପିଟାଲ ହସ୍ପିଟାଲର ଅର୍ଥୋପେଡ଼ିକ୍ ତଥା ବରିଷ୍ଠ ଚିକିତ୍ସିକ ଡ଼ାକ୍ତର କେ.ଆର ମହାପାତ୍ର ଅଂଶଗ୍ରହଣ କରିଥିଲେ।

- Advertisement -

ଏହି ଅବସରରେ ରୋଗୀ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମନୋନୀତ ଡାକ୍ତରଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ଓଲିଉଡ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ସଂଗୀତ ପରିବେଷଣ କରାଯାଇଥିଲା। ହସ୍ପିଟାଲ ସିଇଓ ଡ଼ାକ୍ତର ଚିଦାତ୍ମିକା ଖଟୁଆ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପସ୍ଥାପିକା ମୁନ୍‌ମୁନ୍ ସିଂ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories