www.samajalive.in
Thursday, December 11, 2025
18.1 C
Bhubaneswar

ଝିନ ହିକକା ହେଲେ କୋରାପୁଟ ଜିଲା ବିଜେଡି ସଭାପତି

ଲକ୍ଷ୍ମୀପୁର: ବିଜେଡି ପକ୍ଷରୁ କୋରାପୁଟ ଜିଲା ସଭାପତି ଭାବେ ପୁର୍ବତନ ସାଂସଦ ଝିନ ହିକକାଙ୍କୁ ନିଯୁକ୍ତ କରାଯାଇଛି। ବିଜୁ ଜନତା ଦଳର କୋରାପୁଟ ଜିଲା ସଭାପତି ଥିବା ଜୟରାମ ପାଙ୍ଗିଙ୍କୁ ନିଲମ୍ବିତ କରାଯିବା ପରେ ଝିନ ହିକକାଙ୍କୁ ସଭାପତି ଭାବେ ଅବସ୍ଥାପିତ କରାଯାଇଥିଲା। କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ଦଶମନ୍ତପୁର ବ୍ଲକକୁ ସାମିଲ୍ କରାଯିବା ପରେ ବିଜେଡ଼ିରେ ଅନେକ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଝିନ ହିକକାଙ୍କୁ ଦଳ ଟିକେଟ୍ ଦେଇଥିଲା ଓ ସେ ଜିତିଥିଲେ।

୨୦୧୨ ମସିହାରେ ମାଓବାଦୀ ମାନଙ୍କ ଦ୍ବାରା ଅପହୃତ ହେବା ସହିତ ମାସାଧିକ କାଳ ମାଓ କବଳରେ ରହିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଝିନ୍ନଙ୍କ ଲକ୍ଷ୍ମୀପୁର ସ୍ଥିତ ଘରକୁ ଯାଇଥିଲେ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ସେହିପରି ୧୦୧୪ ରେ କୋରାପୁଟ ଲୋକସଭା ଆସନରୁ ଝିନଙ୍କୁ ପ୍ରାର୍ଥୀ କରାଯାଇଥିଲା ବେଳେ ସେ ବିଜୟୀ ହୋଇଥିଲେ।

- Advertisement -

କିନ୍ତୁ ୨୦୧୯ରେ ଝିନ ପ୍ରାର୍ଥୀ ନହୋଇ ତାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ କୋରାପୁଟ ଲୋକସଭା ପ୍ରାର୍ଥୀ କରାଯାଇଥିଲା ବେଳେ ପ୍ରାୟ ୪ ହଜାର ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକାଙ୍କ ଠାରୁ ପରାସ୍ତ ହୋଇଥିଲେ। ଏଥର କୋରାପୁଟ ଲୋକସଭା ଆସନରୁ ଝିନ୍ନଙ୍କ ପତ୍ନୀଙ୍କୁ ପୁଣି ଦଳ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି।

ଏଠାରେ ସୂଚନା ଯୋଗ୍ୟ ଯେ ଜିଲା ସଭାପତି ଈଶ୍ବର ପାଣିଗ୍ରାହୀଙ୍କୁ କୋରାପୁଟ ସେଣ୍ଟ୍ରାଲ କୋପରଟିଭ ବ୍ୟାଙ୍କର ସଭାପତି ଭାବେ ନିର୍ବାଚିତ କରାଯାଇଛି। ଶ୍ରୀ ପାଣିଗ୍ରାହୀଙ୍କୁ ଏହି ଦାୟିତ୍ବ ଦିଆଯିବା ପରେ ଦଳୀୟ ସଭାପତି ପଦରୁ ତାଙ୍କୁ ଅପସାରିତ କରାଯାଇଛି।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories