www.samajalive.in
Monday, December 8, 2025
27.1 C
Bhubaneswar

ଭାରତରେ ଅଛନ୍ତି ବିଶ୍ୱର ସବୁଠାରୁ ଧନୀ ଭିକାରୀ – ଏହି ସହରରେ ୭ କୋଟି ଟଙ୍କାର ସମ୍ପତ୍ତି

ମୁମ୍ବଇ – ମୁମ୍ବଇ ମହାନଗରୀରେ ବିଶ୍ୱର ସବୁଠାରୁ ଧନୀ ଭିକାରି ରହିଛନ୍ତି । ଭାରତ ଜୈନ ନାମକ ଭିକାରୀଙ୍କ ନିକଟରେ ୭.୫ କୋଟି ଟଙ୍କାର ସମ୍ପତ୍ତି ରହିଛି । ମୁମ୍ବାଇରେ ୨ ବିଏଚ୍‌କେ ଏବଂ ଓ୍ୱାନ ବିଏଚ୍‌କେ ଫ୍ଲାଟ ରହିଛି । ଏହା ସହ ଅନେକ ଦୋକାନ ଘର ରହିଛି ସେଥିରୁ ସେ ପ୍ରତି ମାସରେ ୬୦ ହଜାର ଟଙ୍କା ଭଡା ପାଆନ୍ତି ।

ତାଙ୍କ ପିଲା ଇଂଲିଶ ମିଡିୟମ ବିଦ୍ୟାଳୟରେ ପାଠ ପଢିଛନ୍ତି । ପରେଲରେ ସେ ଏକ ଭଲ ଘରେ ରହୁଛନ୍ତି । ପରିବାର ଲୋକଙ୍କର ଷ୍ଟେସନାରୀ ଦୋକାନ ରହିଛି । ପରିବାର ଲୋକ ଜୈନଙ୍କୁ ଭିକ ମାଗିବା ପାଇଁ ମନା କରୁଥିଲେ ମଧ୍ୟ ସେ ଏହି କାମ ଛାଡୁ ନାହାନ୍ତି । ଏହା ଏକ ସହଜ ମାଧ୍ୟମ ହୋଇଥିବାରୁ ଭରତ ଭିକ ମାଗିବା କୁ ଆପଣେଇ ନେଇଛନ୍ତି । ଲୋକମାନେ ଘଣ୍ଟା ଘଣ୍ଟା କାମ କରି କିଛି ଶହ ଟଙ୍କା ରୋଜଗାର କରି ପାରୁ ନଥିବା ବେଳେ ସେ ପ୍ରତିଦିନ ୨ରୁ ଅଢେଇ ହଜାର ଟଙ୍କା ରୋଜଗାର କରୁଛନ୍ତି । ପାଠ ପଢିବା ପାଇଁ ଭାରତ ଜୈନ ପାଖରେ ଟଙ୍କା ନଥିଲା । ସେଥିପାଇଁ ସେ କାମ ନକରି ସହଜ ରୋଜଗାରର ଉପାୟ ଭିକ ମାଗିବାକୁ ଆପଣେଇ ନେଇଥିଲେ ।

- Advertisement -

ଭିକ ମାଗି ସେ ଏ ସବୁ କରିଥିବାରୁ ଏବେ ବି ଭିକ ମାଗନ୍ତି । ପ୍ରତି ୧୨ରୁ ୧୪ ଘଣ୍ଟା ମଧ୍ୟରେ ଜୈନ ୨,୫୦୦ ଟଙ୍କା ରୋଜଗାର କରିଥାଆନ୍ତି । ଏକ ଓ୍ୱାନ ବିଏଚ୍‌ରେ ଫ୍ଲାଟ ରେ ନିଜ ପରିବାର ସହ ରହୁଛନ୍ତି । ପରିବାର ଲୋକ ବାରମ୍ବାର ଭିକ ମାଗିକୁ ମନା କରୁଥିବା ବେଳେ ସେ ତାଙ୍କ କଥା ଶୁଣୁ ନାହାନ୍ତି ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories