www.samajalive.in
Friday, December 12, 2025
15.1 C
Bhubaneswar

ଘରୋଇ ହଷ୍ଟେଲରେ ଛାତ୍ରଙ୍କୁ ମାଡ଼ ଅଭିଯୋଗ

ବଡ଼ସାହି : ଜଣେ ଘରୋଇ ହଷ୍ଟେଲରେ ଛାତ୍ରଙ୍କୁ ପରିଚାଳକ ନିସ୍ତୁକ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୀଡିତ ଛାତ୍ରଙ୍କ ପିତା ବୁଦ୍ଧିବାସ ଟୁଡୁ ସ୍ଥାନୀୟ ଥାନାରେ ଏହି ଅଭିଯୋଗ କରିବା ପରେ ପୁଲିସ ଭାରତୀୟ ଦଣ୍ଡବିଧାନ ନିୟମ ୩୨୩/୨୯୪/୫୦୬/୧୨ପୋସ୍କୋ ଆକ୍ଟ ଓ ଏସ୍‍ସିଏସଟି ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପରିଚାଳକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ କୁଳିଅଣା ଗ୍ରାମର ଦେବବ୍ରତ ବାରିକ।

ସୂଚନାମୁତାବକ ରବିବାର ଏକ ଭୁଲ କାରଣକୁ ନେଇ ୬ଷ୍ଠ ଶ୍ରେଣୀରେ ପାଠପଢୁଥିବା ଛାତ୍ରଙ୍କୁ ଶ୍ରୀ ବାରିକ ନିସ୍ତୁକ ମାଡ ମାରିଥିଲେ। ଛାତ୍ର ଜଣଙ୍କୁ ଆଣ୍ଠେଇବା, ଗୋଇଠା ମାରିବା, କଚାଡିବା ଓ ଉଲଗ୍ନ ଫଟୋ ଉଠାଇବା ସହ ଜାତିଆଣ ଭାଷାରେ ଅଶ୍ରାବ୍ୟ ଗାଳିଗୁଲଜ କରିଥିଲେ। ଛାତ୍ର ଜଣକ ନେହୁରା ହୋଇଥିଲେ ମଧ୍ୟ ପରିଚାଳକ କିଛି ନଶୁଣୀ ମାଡ ମାରିଥିଲେ। ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ନଜଣାଇବା ପାଇଁ ଛାତ୍ରଙ୍କୁ ଧମକ ମଧ୍ୟ ଦେଇଥିଲେ। ତେବେ ଅପରାହ୍ନରେ ହଷ୍ଟେଲକୁ ଆସିଥିବା ଛାତ୍ରଙ୍କ ପିତା ପୁଅର ଏପରି ଅବସ୍ଥା ଦେଖି ମର୍ମାହତ ହୋଇପଡିଥିଲେ। ସଙ୍ଗେ ସଙ୍ଗେ ତାକୁ ବାରିପଦାସ୍ଥିତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ଛାତ୍ର ଜଣକର ବାମ ଗୋଡ ଓ ହାତରେ ଶକ୍ତ ମାଡ ହୋଇଥିବା ବେଳେ ଡାହାଣପାଖ କାନ ମୂଳରୁ ରକ୍ତସ୍ରାବ ହେଉଥିଲା। ମୁହଁରେ କ୍ଷତ ଚିହ୍ନ ଓ ଶରୀର ବିଭିନ୍ନ ସ୍ଥାନରେ ମାଡ ଚିହ୍ନ ରହିଛି। ସାମାନ୍ୟ ସୁସ୍ଥ ହୋଇ ଫେରିବା ପରେ ତାଙ୍କ ବାପା ପୁଅ ସହିତ ବଡ଼ସାହି ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‍ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରକାଶ ଥାଉ କି, ସ୍ଥାନୀୟ ଆଦର୍ଶ ସ୍କୁଲରେ ହଷ୍ଟେଲ ବ୍ୟବସ୍ଥା ନଥିବାରୁ ଅଧ୍ୟୟନରତ ୬ଷ୍ଠ, ୭ମ ଓ ୮ମ ଶ୍ରେଣୀର କେତେକ ଛାତ୍ରଛାତ୍ରୀ ଏହି ମେସରେ ରହି ପାଠ ପଢ଼ିଥାନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories