www.samajalive.in
Sunday, December 14, 2025
14.1 C
Bhubaneswar

ଦୂରାରୋଗୀଙ୍କ ସମସ୍ୟା ଅନୁଧ୍ୟାନ କଲେ ଜିଲ୍ଲା ସ୍ୱାସ୍ଥ୍ୟ କମିଟି

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ନୂଆସାହି ସ୍ଥିତ ଦୂରାରୋଗୀ (ତ୍ରିନାଥପଲ୍ଲୀ)ବସ୍ତିକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ କମିଟି ପରିଦର୍ଶନ କରିଥିଲେ। ସ୍ୱାସ୍ଥ୍ୟ ବିଭାଗର ଡ. ଦୀପା ପଟ୍ଟନାୟକ, ଡ.ନୀଲାକ୍ଷୀ ସରକାର, ଡ. ନଗେନ୍ଦ୍ର କୁମାର ନାୟକ, ବିଜୟ କୁମାର ରଥ, ଅନ୍ନପୁର୍ଣ୍ଣା ପ୍ରମୁଖ ବସ୍ତି ପରିଦର୍ଶନ କରି ବସ୍ତିରେ ବସବାସ କରୁଥିବା ୫୦ରୁ ଅଧିକ ପରିବାରର ସ୍ୱାସ୍ଥ୍ୟ ସମସ୍ୟା ପଚାରି ବୁଝିବା ସହିତ ବସ୍ତିର ମୌଳିକ ସମସ୍ୟା ଗୁଡିକ ଉପରେ ବାସିନ୍ଦାଙ୍କ ସହିତ ଆଲୋଚନା କରିଥିଲେ। ବସ୍ତିର ବାସଗୃହ ଗୁଡିକ ଦୀର୍ଘଦିନ ଧରି ମରାମତି ଅଭାବରୁ ବିପଦସଂକୁଳ ଅବସ୍ଥାରେ ଥିବାରୁ ଏହାର ତୁରନ୍ତ ମରାମତି ପାଇଁ ବାସିନ୍ଦାମାନେ ଅନୁରୋଧ କରିଥିଲେ। ଏହି ଅବସରରେ ପରିଦର୍ଶକ ଟିମ୍ ମିଶନଶକ୍ତି ଜରିଆରେ ବସ୍ତିରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠି କୁକୁଡା ଫାର୍ମ ପ୍ରକଳ୍ପକୁ ଅଧିକାରୀ ମାନେ ବୁଲି ଦେଖିଥିଲେ। ସ୍ଥାନୀୟ କାଉନସିଲର ଆଶୁତୋଷ ଦାସ ଓ ପୌରପାଳିକାର ସାମାଜିକ ନିରାପତ୍ତା ଅଧିକାରୀ ସନ୍ତୋଷ କୁମାର ପାଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories