www.samajalive.in
Saturday, December 6, 2025
23.1 C
Bhubaneswar

ପୁଣି ସାଇଫୋନରେ ଅଘଟଣ; ଭାସିଗଲେ ଯୁବକ

ବୁର୍ଲା: କିଛିଦିନ ଅନ୍ତରାଳେ ବୁର୍ଲା ସାଇଫୋନରେ ପୁଣି ଏକ ଅଘଟଣ ଘଟିଛି। ଏହି ବିପଦପୂର୍ଣ୍ଣ ସ୍ଥାନ ସାଇଫୋନରେ ଭାସିଯାଇ ଅନେକ ଅଘଟଣ ଘଟିଥିବା ସତ୍ତ୍ବେ ସଦାସର୍ବଦା ଏଠାକୁ ଯୁବପିଢ଼ିଙ୍କ ଆଗମନ ଉପରେ ରୋକ ଲାଗି ପାରୁନାହିଁ। ଗତ କିଛିଦିନ ତଳେ ଜଣେ ଯୁବତୀଙ୍କ ପାଣିରେ ଭାସିଯାଇ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ପୁଣି ହୀରାକୁଦ ବିହାରିପଡ଼ାର ୨୧ ବର୍ଷିୟ ଯୁବକ ମହେଶ ସାହାଣୀ ଓରଫ ବିକାଶ ସାଇଫୋନ ପଟକୁ ବୁଲି ଆସିଥିବା ସମୟରେ ପାଣିରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ଆଜି ଅପରାହ୍ନ ୪ଟା୩୦ ମିନିଟ୍ ସମୟରେ ଏଭଳି ଏକ ଅଘଟଣ ଘଟିଥିବା ଜଣାପଡ଼ିଛି। ସାଇଫୋନ ତଳଭାଗରେ ଯୁବକ ଜଣକ ବସିଥିବା ସମୟରେ ଏହାର ସ୍ୱୟଂଚାଳିତ ଫାଟକ ଖୋଲିଯାଇ ପାଣି ଆସିଯିବା ଫଳରେ ଯୁବକ ଜଣକ ପାଣିରେ ଭାସି ଯାଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଅଗ୍ନିଶମ ବାହିନୀ ମଧ୍ୟ ସେଠାରେ ପହଞ୍ଚଥିଛନ୍ତି। ମାତ୍ର ଏପର୍ଯ୍ୟନ୍ତ ଭାସି ଯାଇଥିବା ଯୁବକ ମହେଶଙ୍କର କୌଣସି ଖୋଜଖବର ମିଳି ପାରିନଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories