www.samajalive.in
Sunday, December 7, 2025
13.1 C
Bhubaneswar

ପ୍ରବଳ ବର୍ଷାରେ ନାଳ ନର୍ଦମା ଜାମ,ରାସ୍ତାରେ ଚାଲୁଛି ଡ୍ରେନ ପାଣି

ପଦ୍ମପୁର : ଦୀର୍ଘ ଦିନ ଗ୍ରୀଷ୍ମ ପ୍ରବାହ ପରେ ପଦ୍ମପୁର ଅଞ୍ଚଳରେ ଦେଖାଦେଇଛି ପ୍ରବଳ ବର୍ଷା। ଅସାରାଏ ବର୍ଷା ଫଳରେ ଚାରି ଆଡ଼େ ଏବେ ନାଳ ନର୍ଦମା ଜାମ ହୋଇପଡିଛି। ପାଣି ପାଉଚ, ମୃଦୁ ପାନୀୟ ଗ୍ଲାସ, ଘୁଟୁକା ପାକିଙ୍ଗ ପଲିଥିନ ଗୁଡିକ ଡ୍ରେନରେ ପଡି ରହିଛି । ଡ୍ରେନ ଗୁଡିକ ଦୀର୍ଘ ମାସ ହେଲା ସଫେଇ ନ ହେବା ଫଳରେ ରାସ୍ତା ଉପରେ ଚାଲୁଛି ଡ୍ରେନ ପାଣି। ନୂଆସାହି,ମାର୍କାମା ସାହି, ଇନ୍ଦିରା ନଗର ସାହି ସମେତ ଝୁମୁରୁଗୁଡ଼ାର ମେଡ଼ିକାଲ ରୋଡ, ଉପର ସାହି, ତଳ ସାହି ,ମୁଖ୍ୟ ବଜାର ରୋଡ, ଜେନା କଲୋନୀ , ବ୍ଲକ କଲୋନୀ ବ୍ୟାଙ୍କ୍ ସାହି ନିକଟରେ ଡ୍ରେନ ପାଣି ରାସ୍ତା ଉପରେ ଚାଲୁଛି। ଗତକାଲି ପ୍ରାୟ ଲଗାତାର ଏକ ଘଣ୍ଟା ବର୍ଷା ହେବା ଫଳରେ ଡ୍ରେନରେ ପାଣି ନଯାଇ ରାସ୍ତାରେ ପାଣି ଚାଲିଛି। ଡ୍ରେନର ଅଳିଆ ଆବର୍ଜନା ରାସ୍ତା ଉପରେ ପଡି ଚାରି ଆଡେ଼ ଏବେ ଏକ ପ୍ରକାର ର୍ଦୁଗନ୍ଧ ପରିବେଶ ସୃଷ୍ଟି ହୋଇଛି। କିଛି ସ୍ଥାନରେ ଲୋକମାନେ ବର୍ଷାରେ ଭିଜି ଭିଜି ଡ୍ରେନରୁ ଅଳିଆ ଆବର୍ଜନା ବାହାର କରୁଥିବାର ଦେଖିବାକୁ ମିଳିଛି।

ଏବେ ଆସିଲା ବର୍ଷା ଦିନ। ବର୍ଷା ଦିନ ଆସିବା ପୂର୍ବରୁ ନାଳ ଗୁଡ଼ିକ ସଫେଇ ହେବା କଥା କିନ୍ତୁ ଚଳିତ ବର୍ଷ ପଞ୍ଚାୟତକୁ ଟଙ୍କା ନ ଆସିବାରୁ ସଫେଇ ହୋଇ ନଥିବା ପଞ୍ଚାୟତ ତରଫରୁ କୁହାଯାଉଛି । ଏପଟେ ସନ୍ଧ୍ୟା ହେଲେ ଚାରି ଆଡ଼େ ମଶା ମାଛି ବଂଶ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛନ୍ତି। ଫଳରେ ଡେଙ୍ଗୁ,ମ୍ୟାଲେରିଆ ପରି ମାରାତ୍ମାକ ରୋଗ ହେବାର ଆଶଙ୍କା କରାଯାଉଛି। ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ମଶା ଧୁଆଁ ଗାଡ଼ି ବ୍ୟବହାର କରାଯାଉଥିଲା ତାହା ମଧ୍ୟ ୩ବର୍ଷ ହେଲା କାର୍ୟ୍ୟକାରୀ ହେଉନାହିଁ । ବେଳ ଥାଉ ଥାଉ ପ୍ରଶାସନ ସଜାଗ ନହେଲେ ଅଞ୍ଚଳ ପରିସ୍ଥିତି ଅସମ୍ଭାଳ ହୋଇପଡିବ। ଏଣୁ ପ୍ରଶାସନ ପକ୍ଷରୁ ପଦ୍ମପୁର ପଞ୍ଚାୟତର ସମସ୍ତ ସାହି ଗଳି କନ୍ଦି ସମେତ ପଦ୍ମପୁର ବ୍ଲକର ସମସ୍ତ ପଞ୍ଚାୟତର ଡ୍ରେନ ଗୁଡ଼ିକ ସଫେଇ ହେବା ପାଇଁ ସାଧାରଣରେ ଦାବି ଦେଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories