www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରତ୍ୟେକ ମଣିଷ ମୋ ପାଇଁ ଈଶ୍ୱର ସମାନ – ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଡେସ୍କ: ମଧ୍ୟପ୍ରଦେଶ ଦଳିତଙ୍କ ଉପରେ ପରିସ୍ରା କରିବା ଘଟଣାରେ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ପ୍ରତ୍ୟେକ ମଣିଷ ମୋ ପାଇଁ ଈଶ୍ୱର ସମାନ। ମଧ୍ୟପ୍ରଦେଶର ସିଦ୍ଧି ଅନ୍ତର୍ଗତ କୁବରୀ ଗ୍ରାମରେ ଦଶମତ ରାୱତ ନାମକ ଜଣେ ଦଳିତଙ୍କ ଉପରେ ବିଜେପି କର୍ମୀ ପ୍ରଭେଶ ଶୁକ୍ଲା ପରିସ୍ରା କରିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ଯଦିଓ ଏହି ଘଟଣା କେବେ ଘଟିଥିଲା ତାହା ଜଣ ପଡ଼ିନାହିଁ କିନ୍ତୁ ଗତକାଲି ଏହାର ଭିଡିଓ ଭାଇରାଲ ହୋଇଥିଲା। ଏ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଏହି ଘଟଣାରେ ମଧ୍ୟପ୍ରଦେଶ ପୁଲିସ ଅଭିଯୁକ୍ତ ପ୍ରଭେଶ ଶୁକ୍ଲାକୁ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ବଳରେ ଗିରଫ କରି ହାଜତରେ ପୁରାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାର ବାସଗୃହକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ସେହି ବାସଗୃହର ଅଧିକାଂଶ ଅଂଶ ବେନିୟମ ନିର୍ମାଣ ଥିଲା ବୋଲି ସ୍ଥାନୀୟ ପ୍ରଶାସନ କହିଛି।

- Advertisement -

ତେବେ ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜ ବାସଭବନରେ ପୀଡିତ ଦଳିତ ବ୍ୟକ୍ତି ଦଶମତ ରାୱତଙ୍କୁ ସମ୍ମାନର ସହ ତାଙ୍କ ପାଦ ଧୋଇ ଦେବା ସହ ବନ୍ଦନା କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ କ୍ଷମା ପ୍ରାର୍ଥନା ସହ ସେ ଏହି ଘଟଣାରେ ମର୍ମାହତ ବୋଲି ପ୍ରକାଶ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories