www.samajalive.in
Sunday, December 14, 2025
23.1 C
Bhubaneswar

ଡେଙ୍ଗୁ ରୋଗ ପ୍ରତିରୋଧ ଓ ନିୟନ୍ତ୍ରଣ ନେଇ ସମନ୍ୱୟ ବୈଠକ

କଲମପୁର : ସ୍ଥିର ଏବଂ ନିର୍ମଳ ପାଣି ହେଉଛି ଏଡିସ୍ ମଶାର ବାସସ୍ଥାନ। ଏହି ମଶା ବାଘୁଆ ମଶା ଭାବେ ସାଧାରଣରେ ପରିଚିତ। ଏହି ଏଡିସ ମଶା ହେଉଛି ଡେଙ୍ଗୁ ରୋଗର ବାହକ । ଦିନ ବେଳା ଲୋକଙ୍କୁ କାମୁଡି ଥାଏ । ଏହି ମଶା କାମୁଡିବାର ସପ୍ତାହକ ମଧ୍ୟରେ ତାର ପ୍ରଭାବ ଦେଖାଇଥାଏ । ଗୋଡ ହାତ ବିନ୍ଧିବା ସହ ଜ୍ୱରର ପ୍ରକୋପ ବଢିଥାଏ । ଏପରିକି ନାକ, ଦାନ୍ତ ଏବଂ ପାଟିରୁ ରକ୍ତ ପଡିଥାଏ । ଏହି ସବୁ ଲକ୍ଷଣ ଦେଖାଗଲେ ଡେଙ୍ଗୁ ରୋଗ ସଂକ୍ରମଣ ହେଇଥିବା ଆଶଙ୍କା କରାଯାଇଥାଏ । ଏଡିସ ମଶା କୁଲରରେ ଥିବା ପାଣି, ଟାୟାରରେ ଥିବା ପାଣି, ଏବଂ ପ୍ଲାଷ୍ଟିକ ଅଥବା ଭଙ୍ଗାଟିଣ ସବୁରେ ସପ୍ତାହକରୁ ଅଧିକ ରହୁଥିବା ସ୍ଥିର ପାଣିରେ ତାର ବଂଶ ବୃଦ୍ଧି କରିଥାଏ । ତେଣୁ ଘରପାଖରେ ଏସବୁ ଜିନିଷ ନରଖି ତାକୁ ପୋଡି ଦେଲେ ଏଡିସ ମଶା ବଂଶ ବୃଦ୍ଧି  ପାଇବ ନାହିଁ । ଏହାସହ ଡେଙ୍ଗୁ ରୋଗରେ ସଂକ୍ରମିତ ବ୍ୟକ୍ତି ସର୍ବଦା ମଶାରି ଭତିରେ ରହିଲେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହ ଠାରେ ଡେଙ୍ଗୁ ରୋଗର ପ୍ରତିରୋଧ ଏବଂ ନିୟନ୍ତ୍ରଣ ପାଇଁ ପ୍ରଶାସନ ଏବଂ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇ ବୁଧବାର କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆୟୋଜିତ ଏକ ସମନ୍ୱୟ ବୈଠକରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । କଲମପୁର ବ୍ଲକ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମନ୍ୱୟ ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଞ୍ଜନ ମିତ୍ରଙ୍କ ସମେତ ବ୍ଲକ ପ୍ରଶାସନ ତରଫରୁ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି, ତହସିଲଦାର ରୁଦ୍ର ମୋହନ ନାୟକ, ଶିଶୁ ବିକାଶ ଅଧିକାରୀ ପ୍ରତୀମା ରାଣୀ ଦାସ, ଅତିରିକ୍ତ ଶିକ୍ଷା ଅଧିକାରୀ ଶୁଶିଲ କୁମାର ମୁଣ୍ଡ, କ୍ଷେତ୍ର ପରିଦର୍ଶିକା ବାସନ୍ତୀ ନାଏକ, ସୂର୍ଯ୍ୟକାନ୍ତୀ ବେହେରା, ଅଗ୍ନିଶମ ବିଭାଗ ପକ୍ଷରୁ ଶଙ୍କର ପ୍ରସାଦ ତ୍ରିପାଠୀ, ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ଡାକ୍ତର ଅଙ୍କିତ ପଣ୍ଡା, ଡାକ୍ତର ଅମୂଲ୍ୟ କୁମାର ବେହେରା, ବଡକୁଟୃ ସରପଞ୍ଚ ଗଣେଶ ଚନ୍ଦ୍ର ପଣ୍ଡା, ହାରାମାଲ ସରପଂଚ ଶୁସିଳା ଦୁର୍ଗା ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକରେ ଡେଙ୍ଗୁ ରୋଗର କାରଣ ନିରାକରଣ ଏବଂ ନିୟନ୍ତ୍ରଣ ଉପରେ ଆଲୋଚନା କରାଯାଇଥିଲା।

ଡେଙ୍ଗୁ ଏକ ଭୁତାଣୁ ଜନିତ ରୋଗ ଯାହା ଜଣେ ଆକ୍ରାନ୍ତଙ୍କ ଠାରୁ ଅନ୍ୟ ଜଣେ ସୁସ୍ଥ ବ୍ୟକ୍ତିକୁ ସଂକ୍ରମିତ ହେଇଥାଏ । ତେଣୁ ଏହାର ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଆଲୋଚନା କରିଥିଲେ। ବିଶେଷ କରି ଗ୍ରାମାଂଚଳର ଲୋକଙ୍କୁ ଏନେଇ ସଚେତନତା କରାଇବାର ଆବଶ୍ୟକତା ଥିବା ଜିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମିତ୍ର ଗୁରୁତ୍ୱ ଦେଇଥିଲେ। ଲୋକଙ୍କୁ ସଚେତନ କରାଇବାରେ ଅଙ୍ଗୱାଡି କର୍ମୀଙ୍କ ସମେତ ଗ୍ରାମ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମିତ୍ର ପ୍ରକାଶ କରିଥିଲେ। ନିକଟରେ କଲମପୁର ଅଞ୍ଚଳରୁ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହେଇ ସାରିଛି । ତେଣୁ ସମସ୍ତେ ତାର ପ୍ରତିରୋଧ ପାଇଁ ସଜାଗ ରହିବାକୁ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏଥିରେ ପ୍ରତ୍ୟେକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଜନ ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ହେମନ୍ତ କୁମାର ଶଗଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବି.ପି.ଏମ ପ୍ରଶାନ୍ତ କୁମାର ପାଢୀ ସହଯୋଗ କରିଥିଲେ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories