www.samajalive.in
Sunday, December 14, 2025
26.1 C
Bhubaneswar

ମାଣ୍ଡିଆ ଓ ଅନ୍ୟ କୃଷି ଶସ୍ୟ ସମ୍ପର୍କିତ ପ୍ରଶିକ୍ଷଣ ଶିବିର

ପାଟଣା: ଓଡିଶା ମିଲେଟ ମିଶନ କେନ୍ଦୁଝର ଓ କୃଷି ବିଭାଗର ସହାୟତାରେ ମାଣ୍ଡିଆ ଓ ପୃଷ୍ଟି ଶସ୍ୟ ଫସଲର ଉତ୍ପାଦକ ଓ ଅଭିବୃଦ୍ଧି ନିମନ୍ତେ ପାଟଣା ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ପାଟଣା ବ୍ଲକର ମାଣ୍ଡିଆ ଚାଷୀ ଓ ସିଆରପି ମାନଙ୍କୁ ନେଇ ଗତକାଲି ଓ ଆଜି ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୩୨ ଜଣ ଚାଷୀ ଅଂଶ ଗ୍ରହଣ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ପାଟଣା ସହକାରୀ କୃଷି ଅଧିକାରୀ ପରେଶ କୁମାର ଦାଶ, ତୁରୁମୁଙ୍ଗା ସହ କୃଷି ଅଧିକାରୀ ବର୍ଷା ବୈଶାଳୀ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମରେ ବିଭିନ୍ନ ପ୍ରକାରର କ୍ଷୁଦ୍ର ଶସ୍ୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏହା ସହିତ ମାଣ୍ଡିଆ ଓ ଅନ୍ୟାନ୍ୟ ଶସ୍ୟକୁ ତଳି ପକାଇବା ପୂର୍ବରୁ ବିହନକୁ ବିଶୋଧନ କିପରି କରାଯିବ ବୀଜା ମୃତ ଦ୍ୱାରା ସେ ବିଷୟରେ ଆଲୋଚନା କରିଥିଲେ।

ଏହା ସହିତ ଜୈବିକ ଖତ ପ୍ରସ୍ତୁତ କିପରି କରାଯିବ ତଥା ହାଣ୍ଡି ଖତ, ଜିବା ମୃତ ସେ ବିଷୟରେ ବୁଝାଇବା ସହିତ କିପରି ପ୍ରସ୍ତୁତ କରାଯିବ ତାହା ତିଆରି କରି ଦେଖାଇଥିଲେ। ମାଣ୍ଡିଆ ତଳିକୁ କିପରି ତଳି ପଟି ପ୍ରସ୍ତୁତ କରାଯିବ ତାହା ପ୍ରସ୍ତୁତ କରି ଦେଖାଇ ଥିଲା ବେଳେ ଧାଡି ରୁଆ କିପରି କରାଯିବ ସଘନ ପଦ୍ଧତିରେ କିପରି ଲଗାଯିବ ତାହା ଶିଖାଇଥିଲେ ଏବଂ ମୋବାଇଲ ଆପରେ କିପରି ତଥ୍ୟ ଭରାଯିବ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କିପରି ପାଇବେ ସେ ବିଷୟରେ ଆଲୋଚନା କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମକୁ ଭାରତ ସଂଗଠନର ଅଞ୍ଚଳ ଅଧିକାରୀ ଶିବନାଥ ପ୍ରଧାନ ଓ କ୍ଷେତ୍ର ସଂଯୋଜକ ତ୍ରିଲୋଚନ ମହାନ୍ତ ଆୟୋଜନ କରିଥିବା ବେଳେ ସହାୟତା ପ୍ରଦାନ କରିଥିଲେ। ଶେଷରେ ସମସ୍ତ ଅଂଶଗ୍ରହଙ୍କାରୀ ମାନଙ୍କୁ ଧନ୍ୟବାଦ ଦେଇ ତାଲିମ ସମାପ୍ତ କରାଯାଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories