www.samajalive.in
Sunday, December 14, 2025
26.1 C
Bhubaneswar

ଗୋଟିଏ ଟ୍ରାକରେ ୨ଟି ଟ୍ରେନ, ଟଳିଳା ବଡ଼ ଦୁର୍ଘଟଣା

ରାଧାମୋହନପୁର : ପୁଣି ଗୋଟିଏ ଟ୍ରାକରେ ୨ଟି ଟ୍ରେନ ନିକଟତର ହୋଇଥିଲେ। ଉଭୟ ଡ୍ରାଇଭର ଗୋଟିଏ ଟ୍ରାକରେ ୨ଟି ଟ୍ରେନ ଚାଲୁଥିବାଦେଖେି ଇମରଜେନ୍ସି ବ୍ରେକ ଲଗାଇଥିଲେ। ଟ୍ରେନଟି ଦୁର୍ଘଟଣାର ସମ୍ମୁଖିନ ହେବା ପୂର୍ବରୁ ଅଟକି ଯାଇଥିଲା ଏବଂ ଅଳ୍ପକେ ବର୍ତ୍ତି ଟଳିଯାଇଥିଲା ଏକ ବଡ଼ ଦୁର୍ଘଟଣା।

ଆଜି ଦକ୍ଷିଣ-ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନର ରାଧାମୋହନପୁର ଷ୍ଟେସନ ନିକଟରେ ଖଡ଼ଗପୁର-ହାୱଡା ଲୋକାଲ ଟ୍ରେନ ଏବଂ ଜନଶତାବ୍ଦୀ ଏକ୍ସପ୍ରେସ୍ ଆସୁଥିଲେ। ଟ୍ରେନ ଦୁଇଟି ଗୋଟିଏ ଟ୍ରାକରେ ଥିବା ଜାଣି ପାରିଥିଲେ ଚାଳକ ଏବଂ କିଛି ବାଟ ପୂର୍ବରୁ ଉଭୟ ଟ୍ରେନ୍ ଇମରଜେନ୍ସି ବ୍ରେକ୍ ଲଗାଇଥିଲେ। ଫଳରେ କୌଣସି ଦୁର୍ଘଟଣା ଘଟିନଥିଲା। ତେବେ ରେଳରେ ଥିବା ଯାତ୍ରୀମାନେ ପୁଣି ଏକ ଦୁର୍ଘଟଣାର ଆଶଙ୍କାକରି ଶିହରି ଉଠିଥିଲେ ଏବଂ ସେଠାରେ ଆତଙ୍କ ଖେଳିଯାଇଥିଲା। ପରବର୍ତ୍ତି ସମୟରେ ଖଡ଼ଗପୁର-ହାୱଡା ଲୋକାଲ ଟ୍ରେନ ପଛକୁ ଫେରିି ରାଧାମୋହନପୁର ଷ୍ଟେସନର ଅନ୍ୟ ଏକ ଟ୍ରାକରେ ରହିଥିଲା। ଏହାପରେ ଜନଶତାବ୍ଦୀ ଏକ୍ସପ୍ରେସ୍ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories